ଓଡିଶା

odisha

ETV Bharat / international

ଲାଗମାନର ରାଜ୍ୟପାଳଙ୍କ ଗାଡି ଉପରକୁ ଆତ୍ମଘାତୀ ବିସ୍ଫୋରଣ, 8 ମୃତ

ସୋମବାର ଆଫଗାନିସ୍ତାନର ଲାଗମାନର ରାଜ୍ୟପାଳ ରହମତୁଲ୍ଲା ୟର୍ମାଲଙ୍କ ଗାଡି ଉପରକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ 8 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 38 ଜଣ ଆହତ ହୋଇଛନ୍ତି।

By

Published : Oct 5, 2020, 4:26 PM IST

Updated : Oct 5, 2020, 5:18 PM IST

ଲାଗମାନର ରାଜ୍ୟପାଳଙ୍କ ଗାଡି ଉପରକୁ ଆତ୍ମଘାତୀ ବିସ୍ଫୋରଣ
ଲାଗମାନର ରାଜ୍ୟପାଳଙ୍କ ଗାଡି ଉପରକୁ ଆତ୍ମଘାତୀ ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ସୋମବାର ଆଫଗାନିସ୍ତାନର ଲାଗମାନର ରାଜ୍ୟପାଳ ରହମତୁଲ୍ଲା ୟର୍ମାଲଙ୍କ ଗାଡି ଉପରକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ 8 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 38 ଜଣ ଆହତ ହୋଇଛନ୍ତି ।

ଏହି ଘଟଣାରେ ରାଜ୍ୟପାଳଙ୍କ 4 ଦେହରକ୍ଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର 38 ଜଣଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକ ରହିଛନ୍ତି । ତେବେ ରାଜ୍ୟପାଳ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ପୁଟନିକ୍ ରିପୋର୍ଟ ଅନୁଯାୟୀ, ଦେଶରେ କାର୍ଯ୍ୟ କରୁଥିବା କୌଣସି କଟରପନ୍ଥୀ ସମୂହ ଏଥିପାଇଁ ଦାୟୀ ନୁହଁନ୍ତି ।

ସେହିପରି ଶନିବାର ପଡୋଶୀ ନାଙ୍ଗରହାର ପ୍ରଦେଶରେ ଆତ୍ମଘାତୀ ଟ୍ରକ୍ ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 38 ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ଏକ ମସଜିଦ ନିକଟରେ ଘଟିଥିଲା, ଯେତେବେଳେ ଲୋକମାନେ ଅପରାହ୍ନରେ ପ୍ରାର୍ଥନା କରିବାକୁ ଯାଉଥିଲେ ।

Last Updated : Oct 5, 2020, 5:18 PM IST

ABOUT THE AUTHOR

...view details