ଓଡିଶା

odisha

ETV Bharat / international

ଅନ୍ତିମ ସଂସ୍କାରରେ ଆତ୍ମଘାତୀ ବିସ୍ଫୋରଣ, 15 ମୃତ

ନାଙ୍ଗରହାର ପ୍ରାନ୍ତରେ ଏକ ଶବସତ୍କାର ଚାଲିଥିବା ବେଳେ ଏଠାରେ ହଠାତ୍‌ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଘଟଣାରେ ପ୍ରାୟ 15 ଜଣଙ୍କ ମୃ୍ତ୍ୟୁ ହୋଇଥିବା ଆକଳନ କରାଯାଇଛି । ଏଥିସହ ପ୍ରାୟ 56 ଜଣ ଆହତ ହୋଇଥିବା ମଧ୍ୟ ଜଣା ପଡିଛି ।

By

Published : May 12, 2020, 6:10 PM IST

terror attack in afghanistan, terror attack, suicidal bombing at funeral, terror attack in kabul, ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ, ଆତଙ୍କୀ ଆକ୍ରମଣ, ଅନ୍ତିମ ସଂସ୍କାରରେ ଆତ୍ମଘାତୀ ବିସ୍ଫୋରଣ, କାବୁଲରେ ଆତଙ୍କୀ ଆକ୍ରମଣ
ଅନ୍ତିମ ସଂସ୍କାରରେ ଆତ୍ମଘାତୀ ବିସ୍ଫୋରଣ, 15 ମୃତ

କାବୁଲ: ଆଫଗାନିସ୍ତାନରେ ଲଗାତାର ବଢିବାରେ ଲାଗିଛି ଆତଙ୍କୀ ରାଜ । ଗୋଟିଏ ପଟେ କୋରୋନା ପ୍ରକୋପ ନିଜର କାୟ ବିସ୍ତାର କରୁଥିବାରୁ ଦେଶବାସୀ ଭୟଭୀତ ଥିବା ବେଳେ ଅନ୍ୟଟେ ଲଗାତାର ଆତଙ୍କୀ ଆକ୍ରମଣ ଲୋକଙ୍କ ମନୋବଳକୁ ଭାଙ୍ଗିବାରେ ଲାଗିଛି । ମଙ୍ଗଳବାର କ୍ରମାଗତ ଦ୍ବିତୀୟ ଆକ୍ରମଣ ଭାବେ ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ ।

ସୂଚନା ଅନୁଯାୟୀ ନାଙ୍ଗରହାର ପ୍ରାନ୍ତରେ ଏକ ଶବସତ୍କାର ଚାଲିଥିବା ବେଳେ ଏଠାରେ ହଠାତ୍‌ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଘଟଣାରେ ପ୍ରାୟ 15 ଜଣଙ୍କ ମୃ୍ତ୍ୟୁ ହୋଇଥିବା ଆକଳନ କରାଯାଇଛି । ଏଥିସହ ପ୍ରାୟ 56 ଜଣ ଆହତ ହୋଇଥିବା ମଧ୍ୟ ଜଣା ପଡିଛି । ତେବେ କୁଜ କୁନାର ଜିଲ୍ଲାର ଜଣେ ସ୍ଥାନୀୟ ପୋଲିସ ଅଫିସରଙ୍କ ଶବସତ୍କାର ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣା ପଡିଛି । ସକାଳ 11ଟା ସମୟରେ ଏହି ଘଟଣା ଘଟିଥିବା ରିପୋର୍ଟରୁ ପ୍ରକାଶିତ ।

ଏହି ବିସ୍ଫୋରଣରେ ସମ୍ପୃକ୍ତ ପ୍ରାନ୍ତ କାଉନସିଲର ସଦସ୍ୟ ଅବଦୁଲ୍ଲା ମାଲାକଜାଇଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ସ୍ଥାନୀୟ କୁଜ କୁନାର ହସ୍ପିଟାଲ ଓ ପ୍ରାନ୍ତ ରାଜଧାନୀ ଜଲାଲାବାଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେଣେ ସମ୍ପୃକ୍ତ ଘଟଣା ପଛରେ ବର୍ତ୍ତମାନ ସୁଦ୍ଧା କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି ।

ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଥମେ ଦସ୍ତ-ଏ-ବରଚୀ ଅଞ୍ଚଳରେ ଏକ ଡାକ୍ତରଖାନାରେ ବୋମା ବିସ୍ଫୋରଣ ସହ ଗୁଳି ବର୍ଷଣ ହୋଇଥିଲା । ଏଥିରେ 5 ଜଣଙ୍କର ମୃତ୍ୟୁ ହେବା ସହ 4 ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରୁ 40 ଜଣଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା ।

@IANS

ABOUT THE AUTHOR

...view details