ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା ଫିଲିଫାଇନ୍ସ , ତୀବ୍ରତା 7.0 ରେକର୍ଡ - ଭୂକମ୍ପରେ ଥରିଲା ଫିଲିଫାଇନ୍ସ

ପୁଣି ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା 7.0 ରେକର୍ଡ କରାଯାଇଛି। ସୁନାମିର ସତର୍କତା ଜାରି କରାଯାଇ ନାହିଁ। ଅଧିକ ପଢନ୍ତୁ...

ଭୂକମ୍ପରେ ଥରିଲା ଫିଲିଫାଇନ୍ସ , ତୀବ୍ରତା 7.0 ରେକର୍ଡ
ଭୂକମ୍ପରେ ଥରିଲା ଫିଲିଫାଇନ୍ସ , ତୀବ୍ରତା 7.0 ରେକର୍ଡ

By

Published : Jan 22, 2021, 12:17 PM IST

ମାନିଲା:ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା 7.0 ରେକର୍ଡ କରାଯାଇଛି । ତେବେ ଶୁକ୍ରବାର ରାତ୍ରି ସମୟରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟକା ଲାଗିଥିଲା । ଭୂକମ୍ପ ପାଇଁ ସ୍ଥାନୀୟରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇ ନାହିଁ।

ଏହି ଶକ୍ତିଶାଳୀ ତୀବ୍ରତାର ଭୂକମ୍ପ କେନ୍ଦ୍ରସ୍ଥଳ ଠାରୁ 95.8 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା। ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଭୂମ୍ପିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଟରେ ବିଶେଷ କ୍ଷତି କରିନଥାଏ ବୋଲି ସଂସ୍ଥା କହିଛି।

ଫିଲିଫାଇନ୍ସ ପାସିଫିକ୍ ରିଙ୍ଗ ଫାୟାରେ ଅବସ୍ଥିତ। ଯେଉଁଠାରେ ପ୍ରତିବର୍ଷ ପୃଥିବୀର ସର୍ବାଧିକ ଭୂକମ୍ପ ଅନୁଭୂତ ହୁଏ। ପ୍ରତିବର୍ଷ ଏହି ଦେଶ 20 ଟାଇଫନ୍ ,ଟ୍ରପିକାଲ୍ ଷ୍ଟ୍ରମର ସାମ୍ନା କରୁଛି। ଯାହା ଫିଲିଫାଇନ୍ସକୁ ସର୍ବାଧିକ ବିପର୍ଯ୍ୟୟ ପ୍ରବଣ ଦେଶ ଭାବେ ପରିଗଣିତ କରିଛି । ସୂଚନା ଥାଉକି, 1990 ମସିହାରେ ଫିଲିଫାଇନ୍ସରେ ହୋଇଥିବା 7.7 ତୀବ୍ରତାର ଭୂକମ୍ପରେ 2 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ABOUT THE AUTHOR

...view details