ଇସଲାମାବାଦ: ପୁଲୱାମା ଆଟାକ ପରେ ଆକ୍ସନ ମୋଡରେ ଭାରତ । ସସସ୍ତ କ୍ଷେତ୍ରରେ ପାକିସ୍ତାନକୁ ଏକଘରକିଆ କରିବା ପାଇଁ ଜାରିରଖିଛି ପ୍ରୟାସ । ଆଉ ଭାରତର ଏପରି ପଦକ୍ଷପ ଦେଖି ଛାନିଆ ପାକିସ୍ତାନ । ତେବେ ଏହା ମଧ୍ୟରେ ପୁଲୱାମା ଅକ୍ରମଣକୁ ନେଇ ମୁହଁ ଖୋଲିଛି ଚୀନ ।
ତେବେ ଏହି ଆକ୍ରମଣ ପାଇଁ ଚୀନ ଏବଂ ପାକିସ୍ତାନକୁ ଦୋଷ ଦେବା ବନ୍ଦ କରିବାକୁ କହିଛି ଚୀନ ମିଡିଆ । ଏନେଇ ଚୀନ ମିଡିଆ କହିଛି ଭାରତ ବିନା ପ୍ରମାଣରେ ପାକିସ୍ତାନରେ ଉପରେ କୌଣସି ଅଭିଯୋଗ ଲଗାଇବା ବଦଳରେ ନିଜ ଆତଙ୍କ ନିରୋଧ ଆଇନ ସଂଶୋଧନ ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହାବ୍ୟତୀତ ଭାରତ ବିନା କୌଣସି ପ୍ରମାଣରେ ଜାତିସଙ୍ଘ ରାଷ୍ଟ୍ରରେ ଜୈସ-ଇ-ମହମ୍ମଦର ମୁଖ୍ୟ ମୌସୁଦ ଆଝରକୁ ଆତଙ୍କବାଦୀ ବୋଲି କହିବା ବନ୍ଦ କରୁ ବୋଲି ଚୀନ କହିଛି ।