ଟୋକିୟୋ: ଗତ ସପ୍ତାହ ଦେଶର ସ୍ଥିତି ଦେଖି ଜାପାନ ସରକାର ଘୋଷଣା କରିଥିଲେ ଆପାତକାଳୀନ ସ୍ଥିତି । ଏହା କେବଳ ଟୋକିଓ ଓ ଅନ୍ୟ 6ଟି କୋରୋନା ହଟସ୍ପଟ ଅଞ୍ଚଳରେ ଲାଗୁ ହୋଇଥିଲା । ତେବେ ସପ୍ତାହେ ପରେ ସମୀକ୍ଷା ବୈଠକ ପରେ ସରକାର ଘୋଷଣା କରିଛନ୍ତି କିଛି ଜରୁରୀ ତଥ୍ୟ ।
ଜାପାନରେ ଆପାତକାଳୀନ ସ୍ଥିତିକୁ ନେଇ ସରକାରଙ୍କ ଜରୁରୀ ଘୋଷଣା - କୋରୋନା ଅପଡେଟ
ଜାପାନ ମୁଖ୍ୟ ଶାସନ ମୁଖପାତ୍ର ୟୋସିହିଦେ ସୁଗାଙ୍କ ସୂଚନା ମୁତାବକ ଦେଶର ଅନ୍ୟ କୌଣସି ଅଞ୍ଚଳରେ ଆପାତକାଳୀନ ସ୍ଥିତି ଘୋଷଣାର କୌଣସି ଆବଶ୍ୟକତା ନାହିଁ । ଏହି ସ୍ଥାନଗୁଡିକରେ କୋରୋନାର ସେପରି କୌଣସି ମାମଲା ନଥିବାରୁ ଏଠାରେ ଆପାତକାଳୀନ ସ୍ଥିତି ଘୋଷଣା କରାଯିବ ନାହିଁ ।

ଜାପାନ ମୁଖ୍ୟ ଶାସନ ମୁଖପାତ୍ର ୟୋସିହିଦେ ସୁଗାଙ୍କ ସୂଚନା ମୁତାବକ ଦେଶର ଅନ୍ୟ କୌଣସି ଅଞ୍ଚଳରେ ଆପାତକାଳୀନ ସ୍ଥିତି ଘୋଷଣାର କୌଣସି ଆବଶ୍ୟକତା ନାହିଁ । ଏହି ସ୍ଥାନଗୁଡିକରେ କୋରୋନାର ସେପରି କୌଣସି ମାମଲା ନଥିବାରୁ ଏଠାରେ ଆପାତକାଳୀନ ସ୍ଥିତି ଘୋଷଣା କରାଯିବ ନାହିଁ । ସେପଟେ ଗତ ସପ୍ତାହ ଆପାତକାଳୀନ ପରିସ୍ଥିତି ଘୋଷଣା ହୋଇଥିବା 7ଟି ଅଞ୍ଚଳରେ ଦୋକାନ ବଜାର ଓ ସମସ୍ତ ବ୍ୟବସାୟକୁ ବନ୍ଦ ରଖି ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ନ ମାନନ୍ତି ତେବେ ତାଙ୍କ ପାଇଁ ସେପରି କୌଣସି ଦଣ୍ଡର କୌଣସି ସୂଚନା ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ୟୋସିହିଦୋ ।