ଓଡିଶା

odisha

By

Published : Jun 24, 2020, 12:11 AM IST

ETV Bharat / international

ତିନି ଦିନ ହେଲା ଶ୍ରୀଲଙ୍କାରେ ଆସିନାହିଁ ନୂଆ କୋଭିଡ-19 ମାମଲା

କୋରୋନା ଚିକିତ୍ସାରେ ଶ୍ରୀଲଙ୍କାରେ ମିଳିଛି ସଫଳତା । ଦେଶରେ ଗତ 3 ଦିନ ହେବ କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବା ବେଳେ ସ୍ଥିତିରେ ସୁଧାର ଆସୁଥିବା ପରିଲକ୍ଷିତ ହୋଇଛି । ଅଧିକ ପଢ଼ନ୍ତୁ...

corona situation in srilanka, corona update in srilanka, corona fight in srilanka, coronavirus news, ଶ୍ରୀଲଙ୍କାରେ କୋରୋନା ସ୍ଥିତି, ଶ୍ରୀଲଙ୍କାରେ କୋରୋନା ଅପଡେଟ, ଶ୍ରୀଲଙ୍କାରେ କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍‌
ତିନି ଦିନ ହେବ ଶ୍ରୀଲଙ୍କାରେ ନାହିଁ କୋଭିଡ-19 ନୂଆ ମାମଲା

କଲମ୍ବୋ: କୋରୋନା ଚିକିତ୍ସାରେ ଶ୍ରୀଲଙ୍କାରେ ମିଳିଛି ସଫଳତା । ଦେଶରେ ଗତ 3 ଦିନ ହେବ କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବା ବେଳେ ସ୍ଥିତିରେ ସୁଧାର ଆସୁଥିବା ପରିଲକ୍ଷିତ ହୋଇଛି । ସୋମବାର ଦେଶରେ ସୁସ୍ଥଙ୍କ ସଂଖ୍ୟା 1500 ପାର କରିଥିବା ପ୍ରକାଶ ପାଇଥିବା ବେଳେ ମଙ୍ଗଳବାରର ଏହି ସୂଚନା ଶ୍ରୀଲଙ୍କାରେ କୋରୋନାର ସଫଳ ଲଢେଇ ସୂଚିତ କରେ ।

ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତ ସଂଖ୍ୟା 1951ରେ ସ୍ଥିର ରହିଛି । ସେପଟେ ମୃତ୍ୟୁ ସଂଖ୍ୟା ମାତ୍ର 11 ରହିଛି । ତେବେ ବିଦେଶରୁ ଶ୍ରୀଲଙ୍କାକୁ ଫେରିଥିବା 691 ପ୍ରବାସୀ ପଜିଟିଭି ଚିହ୍ନଟ ହୋଇଥିଲେ । ଏନେଇ ମହାମାରୀ ବିଶେଷଜ୍ଞ ସୂଚନା ଦେଇଛନ୍ତି କି ଦେଶରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 938 ଜଣ ନେଭିର ଜବାନ ରହିଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସି 313 ଜଣ ଆକ୍ରାନ୍ତ ହୋଇଥିଲେ । ଏଥିସହ 5ଜଣ ବିଦେଶୀ ନାଗରିକଙ୍କ ସମେତ 413 ଜଣ ଆକ୍ରାନ୍ତଙ୍କ ଚିକିତ୍ସା ବର୍ତ୍ତମାନ ଜାରି ରହିଛି ।

ସୋମବାର ଦେଶରେ 28 ଜଣ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ 1526 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି 785 ଜଣ ନେଭିର ଜବାନ । ତେବେ ହେଲଥ ପ୍ରୋମୋସନ ବ୍ୟୁରୋର ରିପୋର୍ଟ ମୁତାବକ ଦେଶରେ 96,268ଜଣଙ୍କ କୋଭିଡ-19 ଟେଷ୍ଟିଂ କରାଯାଇଛି । ଯେଉଁଥିରେ କେବଳ ରବିବାର 1181 ଟି ଟେଷ୍ଟ ହୋଇଛି ।

@IANS

ABOUT THE AUTHOR

...view details