ଓଡିଶା

odisha

By

Published : Jun 29, 2020, 11:54 PM IST

ETV Bharat / international

ଶ୍ରୀଲଙ୍କା ପର୍ଯ୍ୟଟନରେ ବିରାମ, ନିର୍ବାଚନ ପାଇଁ କୋହଳ ହେଲା କର୍ଫ୍ୟୁ

ପର୍ଯ୍ୟଟନ ପାଇଁ ସୀମା ଖୋଲିବା ନିଷ୍ପତ୍ତିରେ ସାମୟିକ ବିରାମ ଲଗାଇଛି ଶ୍ରୀଲଙ୍କା । ଆଗାମୀ ଦୁଇ ସପ୍ତାହ ଯାଏଁ ଏହି କଟକଣା ବଜାୟ ରହିବା ନେଇ ସୂଚନା ରହିଛି । ସେପଟେ ଆଗକୁ ସଂସଦୀୟ ନିର୍ବାଚନ ଆସୁଥିବାରୁ ଦେଶବ୍ୟାପୀ ଲାଗୁ ହୋଇଥିବା କର୍ଫ୍ୟୁ କୋହଳ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

corona update in srilanka, srilanka halts tourism, srilanka eases curfew, corona restriction update in srilanka, ଶ୍ରୀଲଙ୍କାରେ କୋରୋନା ଅପଡେଟ, ଶ୍ରୀଲଙ୍କା ପର୍ଯ୍ୟଟନରେ ବିରାମ, ଶ୍ରୀଲଙ୍କାରେ କର୍ଫ୍ୟୁ କୋହଳ, ଶ୍ରୀଲଙ୍କାରେ କୋରୋନା କଟକଣା ଅପଡେଟ
ଶ୍ରୀଲଙ୍କା ପର୍ଯ୍ୟଟନରେ ବିରାମ, ନିର୍ବାଚନ ପାଇଁ କୋହଳ ହେଲା କର୍ଫ୍ୟୁ

କଲମ୍ବୋ: ପର୍ଯ୍ୟଟନ ପାଇଁ ସୀମା ଖୋଲିବା ନିଷ୍ପତ୍ତିରେ ସାମୟିକ ବିରାମ ଲଗାଇଛି ଶ୍ରୀଲଙ୍କା । ଆଗାମୀ ଦୁଇ ସପ୍ତାହ ଯାଏଁ ଏହି କଟକଣା ବଜାୟ ରହିବା ନେଇ ସୂଚନା ରହିଛି । ସେପଟେ ଆଗକୁ ସଂସଦୀୟ ନିର୍ବାଚନ ଆସୁଥିବାରୁ ଦେଶବ୍ୟାପୀ ଲାଗୁ ହୋଇଥିବା କର୍ଫ୍ୟୁ କୋହଳ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଏନେଇ ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ପ୍ରଥମେ ଦେଶରେ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ବିମାନବନ୍ଦରଗୁଡିକୁ ଅଗଷ୍ଟ 1ରୁ ଖୋଲିବା ପାଇଁ ଯୋଜନା ରହିଥିଲା । ହେଲେ ଏହି ଯୋଜନାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇ ଦେଶରେ ସୁଧୁରିବା ସ୍ଥିତିକୁ ସ୍ଥାୟୀ କରିବା ସହ ଦେଶରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସାରିବା ପାଇଁ ସରକାର ଯୋଜନା କରିଛନ୍ତି । ଏଥିସହ ଶ୍ରୀଲଙ୍କା ଫେରିବାକୁ ଚାହୁଁଥିବା ବାସିନ୍ଦାଙ୍କୁ କିପରି ସ୍ବଦେଶ ଫେରାଇ ଅଣାଯିବ ସେନେଇ ସରକାର ଚିନ୍ତା କରୁଛନ୍ତି ।

ଏନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରସନ୍ନା ରଣତୁଙ୍ଗାଙ୍କ କହିବା ଅନୁଯାୟୀ ଦେଶକୁ ପ୍ରଥମେ ସମସ୍ତ 46,000 ରେଜିଷ୍ଟର କରିଥିବା ନାଗରିକ ଫେରିବା ପରେ ହିଁ ପର୍ଯ୍ୟଟନ ଶିଳ୍ପ ସ୍ବାଭାବିକ କରାଯିବ । ତେବେ ପର୍ଯ୍ୟଟକଙ୍କ ପାଇଁ ବିମାନବନ୍ଦର ଖୋଲିଲେ ସେମାନଙ୍କୁ କିଛିଟା ନିର୍ଦ୍ଦିଷ୍ଟ କଟକଣା ଦେଇ ଗତି କରିବାକୁ ପଡିବ । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଥମେ 72 ଘଣ୍ଟା ମଧ୍ୟରେ ହୋଇଥିବା ପିସିଆରର ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ହେବ । ଏହାପରେ ଅନ୍ୟ ଏକ ରିପୋର୍ଟ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଦାଖଲ କରିବାକୁ ହେବ ବୋଲି ସ୍ପଷ୍ଟ ହୋଇଛି । ସେହିପରି ଭାବେ ତୃତୀୟ ରିପୋର୍ଟକୁ 10 ଦିନ ମଧ୍ୟରେ ଦାଖଲ କରିବାକୁ ହେବ ।

ତଥାପି ଶ୍ରୀଲଙ୍କାରେ ରହଣି ସମୟରେ ଯଦି କୌଣସି ପର୍ଯ୍ୟଟକଙ୍କ ପାଖରେ କୋରୋନାର ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ଆଉ ଥରେ ପିସିଆର ଟେଷ୍ଟିଂ ଦେଇ ଗତି କରିବାକୁ ହେବ । ଏଥିସହ ଯଦି କୌଣସି ବ୍ୟକ୍ତି ଶ୍ରୀଲଙ୍କା ଫେରିବା ପରେ ବିନା ମାସ୍କରେ ଦେଖାଯାଆନ୍ତି ତେବେ ତାଙ୍କୁ 14 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା ହୋଇଥିବା କୁହାଯାଇଛି ।

@IANS

ABOUT THE AUTHOR

...view details