ଓଡିଶା

odisha

ETV Bharat / international

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁସଂଖ୍ୟା 359କୁ ବୃଦ୍ଧି

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା 359କୁ ବୃଦ୍ଧି ପାଇଛି । ଏ ଘଟଣା ପାଇଁ ନିଜକୁ ଦାୟୀ କରିଛି ଧ୍ୱଂସ ପ୍ରାୟ ଅବସ୍ଥାରେ ପହଞ୍ଚି ସାରିଥିବା ଆତଙ୍କୀ ସଙ୍ଗଠନ ଆଇଏସ୍‌ ।

By

Published : Apr 24, 2019, 1:25 PM IST

ଫଟୋ ସୌଜନ୍ୟ: ଟ୍ୱିଟର@ANI

କଲମ୍ବୋ: ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସହରରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା 359ରେ ପହଞ୍ଚିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ 39 ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 17 ଜଣଙ୍କ ପରିଚୟ ଜଣାପଡିଥିବା ବେଳେ, ସେମାନଙ୍କର ମୃତଦେହକୁ ତାଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି।

ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କାର ଉପପ୍ରତିରକ୍ଷା ମନ୍ତ୍ରୀ ରୁଆନ ବିଜ୍‌ବର୍ଦ୍ଧନେ କହିଛନ୍ତି ଏ ଘଟଣାର ତଦନ୍ତ ଚାଲିଛି । ବୁଧବାର ସକାଳେ ଦେଶର ସ୍ପେସିଆଲ ଟାସ୍କଫୋର୍ସ ଏକ ବାଇକକୁ ଜବତ କରିଛନ୍ତି । ବିସ୍ଫୋରଣ ପାଇଁ ଏହାକୁ ବ୍ୟବହାର କରିବା ପାଇଁ ଯୋଜନା ଥିବାର ସନ୍ଦେହ କରାଯାଉଛି ।

ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଅବସ୍ଥିତ ମସଜିଦରେ ହୋଇଥିବା ଗୁଳିକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଚର୍ଚ୍ଚରେ ହମଲା କରିଯାଇଥିବା ଆଇଏସ୍‌ କହିଛି । ନ୍ୟୁଜିଲାଣ୍ଡର ମସଜିଦରେ ହୋଇଥିବା ଏହି ଗୁଳିକାଣ୍ଡରେ ପ୍ରାୟ 40ରୁ ଅଧିକ ମୁସଲମାନ ଟଳି ପଡିଥିଲେ ।

ମଧ୍ୟ ଏସୀୟାରେ ଇସଲାମିକ ଖଲିଫେଟ୍‌(ମୁସଲମାନ ସାମ୍ରାଜ୍ୟ) ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ଆଇଏସ ଆତଙ୍କବାଦୀ ସଙ୍ଗଠନ ବର୍ତ୍ତମାନ ପ୍ରାୟ ଧ୍ୱଂସ ହେବା ଅବସ୍ଥାରେ ପହଞ୍ଚି ସାରିଲାଣି । ଏହି ସଙ୍ଗଠନର ଗଡ କୁହାଯାଉଥିବା ଇରାକ ଏବଂ ସିରିଆ ବର୍ତ୍ତମାନ ଏହାର କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇସାରିଛି । ନିଜର ଉପସ୍ଥିତି ଜାହିର କରିବା ଲକ୍ଷ୍ୟରେ ଶ୍ରୀଲଙ୍କାରେ ଏଭଳି ନାରକୀୟ କାଣ୍ଡ ଭିଆଇଛି ଆଇଏସ୍‌ ।

ABOUT THE AUTHOR

...view details