ଓଡିଶା

odisha

ETV Bharat / international

ପଞ୍ଜାବରୁ ଶ୍ରୀଲଙ୍କା ଫେରିଲେ ଶତାଧିକ ଛାତ୍ରଛାତ୍ରୀ

ଶ୍ରୀଲଙ୍କା ସରକାର ନେପାଳ, ଭାରତ, ପାକିସ୍ତାନରେ ଅଟକିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବେ ବୋଲି ଘୋଷଣା କରିଛନ୍ତି । ଏହିସବୁ ଜାଗାରୁ ଫସିଥିବା 433 ଛାତ୍ରଛାତ୍ରୀଙ୍କୁ ବିମାନରେ ଆଣିବ ସିଂହଳୀ ଦେଶ । ଅଧିକ ପଢନ୍ତୁ...

ପଞ୍ଜାବରୁ ଶ୍ରୀଲଙ୍କା ଫେରିଲେ ଶତାଧିକ ଛାତ୍ରଛାତ୍ରୀ
ପଞ୍ଜାବରୁ ଶ୍ରୀଲଙ୍କା ଫେରିଲେ ଶତାଧିକ ଛାତ୍ରଛାତ୍ରୀ

By

Published : Apr 24, 2020, 4:58 PM IST

ଅମ୍ରିତସର: ପଞ୍ଜାବରେ ଅଟକିଥିବା ଶତାଧିକ ଶ୍ରୀଲଙ୍କା ଛାତ୍ରଛାତ୍ରୀଙ୍କୁ ନିଜ ଦେଶକୁ ଫେରାଇ ନିଆଯାଇଛି । ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପଠାଯାଇଥିବା ଏକ ସ୍ବତନ୍ତ୍ର ବିମାନରେ ସମସ୍ତଙ୍କୁ ଫେରାଇ ଅଣାଯାଇଛି । ଏନେଇ ପଞ୍ଜାବର କପୁରଥାଲା ଜିଲ୍ଲା ଡେପୁଟି କମିଶନର ଦୀପ୍ତି ଉପ୍ପଲ ସୂଚନା ଦେଇଛନ୍ତି ।

ପଞ୍ଜାବର ଲଭଲୀ ପ୍ରୋଫେସନାଲ ୟୁନିଭର୍ସିଟିରେ ଏମାନେ ପଢୁଥିଲେ । ଗୁରୁବାର ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ସ୍ବତନ୍ତ୍ର ବିମାନରେ ଅମ୍ରିତସର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସେମାନେ ସ୍ବଦେଶ ଫେରିଯାଇଥିଲେ । ଲକଡାଉନ ଯୋଗୁଁ ଏଠାରେ ଫସିଯାଇଥିଲେ ଶତାଧିକ ଛାତ୍ରଛାତ୍ରୀ । ଏହି ସମୟରେ ଏମାନେ ବିଶ୍ବବିଦ୍ୟାଳୟ ପରିସରରେ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ପେଇଙ୍ଗ ଗେଷ୍ଟ ଭାବେ ରହୁଥିଲେ ବୋଲି ଦୀପ୍ତି ଉପ୍ପଲ କହିଛନ୍ତି ।

ପୂର୍ବରୁ ଭୁଟାନ ସରକାରଙ୍କ ଦ୍ବାରା ମାର୍ଚ୍ଚ 28 ଓ ଏପ୍ରିଲ 13ରେ 259 ଭୁଟାନ ଛାତ୍ରଛାତ୍ରୀଙ୍କୁ 2ଟି ବିମାନରେ ଅମ୍ରିତସର ଏବଂ ଚଣ୍ଡିଗଡ ଏୟାରପୋର୍ଟରୁ ସ୍ବଦେଶ ଫେରାଇ ନିଆଯାଇଥିଲା । ତେବେ ଗୁରୁବାର ଶ୍ରୀଲଙ୍କା ସରକାର ନେପାଳ, ଭାରତ, ପାକିସ୍ତାନରେ ଅଟକିଥିବା ନିଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବେ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ଭାରତର ଅମ୍ରିତସର ଓ କୋଏମ୍ବାଟୁର, ପାକିସ୍ତାନର କରାଚି ଓ ଲାହୋର ଏବଂ ନେପାଳର କାଠମାଣ୍ଡୁକୁ ପଠାଯିବ ସ୍ବତନ୍ତ୍ର ବିମାନ । ଏହିସବୁ ଜାଗାରୁ ଫସିଥିବା 433 ଛାତ୍ରଛାତ୍ରୀଙ୍କୁ ବିମାନରେ ଆଣିବ ସିଂହଳୀ ଦେଶ ।

ଏହାପରେ ସେମାନଙ୍କୁ ସେନା ଦ୍ବାରା ପରିଚାଳିତ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବ । ସେଠାରେ 14 ଦିନ ରହିବା ପରେ ସେମାନଙ୍କ ଟେଷ୍ଟ କରାଯିବ । ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି । ପୂର୍ବରୁ ଭାରତ ଓ ଚୀନରେ ଅଟକିଥିବା କିଛି ଛାତ୍ର ଏବଂ ତୀର୍ଥଯାତ୍ରୀଙ୍କୁ ବିମାନରେ ଫେରାଇ ଆଣିଥିଲେ ଶ୍ରୀଲଙ୍କା ସରକାର ।

ABOUT THE AUTHOR

...view details