କଲମ୍ବୋ: ଦେଶରେ ହୋଇଥିବା ସିରିଜ ବିସ୍ଫୋରଣ ପରେ ଶ୍ରୀଲଙ୍କା ପୋଲିସକୁ ବଡ ସଫଳତା ମିଳିଛି । ଶ୍ରୀଲଙ୍କା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ 15 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସେଥିମଧ୍ୟରେ ଆଇଏସର 4 ସନ୍ଦିଗ୍ଧ ଆତଙ୍କବାଦୀ ଥିବା ଜଣାପଡିଛି । ଏହି ଅପରେସନରେ 6 ଶିଶୁ ସମେତ 11ଜଣଙ୍କର ମୃତ୍ୟୁ ଘଟିଛି ।
ଶ୍ରୀଲଙ୍କା: ସର୍ଚ୍ଚ ଅପରେସନରେ ଟଳିଲେ ଆଇଏସର 4 ସନ୍ଦିଗ୍ଧ ଆତଙ୍କବାଦୀ, 6 ଶିଶୁ ମୃତ - police raid
ଶ୍ରୀଲଙ୍କା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ 15 ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରେ ଆଇଏସର 4 ସନ୍ଦିଗ୍ଧ ଆତଙ୍କବାଦୀ ଏବଂ 6 ଶିଶୁ ମୃତ୍ୟୁବରଣ କରିଛନ୍ତି ।
![ଶ୍ରୀଲଙ୍କା: ସର୍ଚ୍ଚ ଅପରେସନରେ ଟଳିଲେ ଆଇଏସର 4 ସନ୍ଦିଗ୍ଧ ଆତଙ୍କବାଦୀ, 6 ଶିଶୁ ମୃତ](https://etvbharatimages.akamaized.net/etvbharat/prod-images/768-512-3119099-thumbnail-3x2-isis.jpg)
ସୂଚନା ମୁତାବକ, 21 ଏପ୍ରିଲରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରଠୁ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି କ୍ରମରେ ଶନିବାର ସକାଳୁ ଯବାନମାନେ କାଲମୁନାଇସ୍ଥିତ ଏକ ଘରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ କିଛି ବନ୍ଧୁକଧାରୀ ସେମାନଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ପାଲଟା ଯବାବ ଦେଇଥିଲେ ଯବାନମାନେ । ଏହି ଗୁଳିବିନିମୟରେ 4 ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଟଳି ପଡିଥିଲେ । ସେମାନେ ଏହି ଆତ୍ମଘାତୀ ବିସ୍ଫୋରଣରେ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତ ରବିବାର 8ଟି ସିରିଜ ବିସ୍ଫୋରଣ ଘଟିଥିଲା । କଲମ୍ବୋର 3ଟି ବିଳାସପୂର୍ଣ୍ଣ ହୋଟେଲ ସମେତ 3ଟି ଚର୍ଚ୍ଚକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଥିଲେ । ଏଥିରେ 253 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 485 ଜଣ ଆହତ ହୋଇଥିଲେ ।