ଓଡିଶା

odisha

By

Published : May 30, 2020, 6:27 AM IST

ETV Bharat / international

ବଢୁଛନ୍ତି ଆକ୍ରାନ୍ତ, ପୁଣି ଲକଡାଉନ ଲଗାଇବ ଶ୍ରୀଲଙ୍କା

କୁଏତରୁ ଫେରିଥିବା 250 ଲୋକଙ୍କ ଯୋଗୁଁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢିବାରେ ଲାଗିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ...

ବଢୁଛନ୍ତି ଆକ୍ରାନ୍ତ, ପୁଣି ଲକଡାଉନ ଲଗାଇବ ଶ୍ରୀଲଙ୍କା
ବଢୁଛନ୍ତି ଆକ୍ରାନ୍ତ, ପୁଣି ଲକଡାଉନ ଲଗାଇବ ଶ୍ରୀଲଙ୍କା

କଲୋମ୍ବୋ: ଲକଡାଉନ କୋହଳ ହେବା ପରେ କେତେକ ଦେଶରେ ନୂଆ ପଜିଟିଭ ବାହାରିଛନ୍ତି । ଫଳରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛନ୍ତି । ଶ୍ରୀଲଙ୍କାରେ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ବିଶେଷ କରି ଗତ ସପ୍ତାହରେ କୁଏତରୁ ଫେରିଥିବା ଲୋକଙ୍କ ପାଇଁ ଏହି ସଂଖ୍ୟା ଅଧିକ ହୋଇଛି । କିଛି ଦିନ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାସହ ଅନେକ ନୂଆ ମାମଲା ସ୍ପଷ୍ଟ ହୋଇଛି । ଫଳରେ ରବିବାରଠାରୁ ସରକାର ନୂଆ ଲକଡାଉନ ଲାଗୁ କରିବାକୁ ଯାଉଛନ୍ତି । ତେବେ ସବୁ ଜାଗାରେ ଏହା ଲାଗୁ ହେବନି । ଅଳ୍ପ କେତେକ ସ୍ଥାନ ଚୟନ କରାଯାଇ ସେଠାରେ ଲାଗୁ ହେବ ବୋଲି ଶ୍ରୀଲଙ୍କା ସରକାର ସୂଚନା ଦେଇଛନ୍ତି ।

ଅନେକ ଲୋକ ଏକାଠି ହେବା ଉପରେ କଟକଣା ଲଗାଇବେ ସରକାର । ଗତ ମଙ୍ଗଳବାର ଦେଶର ସମସ୍ତ ଜାଗାରେ ସରକାର ଲକଡାଉନ ହଟାଇ ଦେଇଛନ୍ତି । ପୂର୍ବରୁ ସମସ୍ତ ଜାଗାରୁ ହଟାଇଥିବାବେଳେ ମଙ୍ଗଳବାର କଲୋମ୍ବୋ ଓ ଏହାର ପାଖାପାଖି 2ଟି ଜାଗାରୁ ହଟାଇଛି । ନିକଟରେ ଜଣେ ଲୋକପ୍ରିୟ ମନ୍ତ୍ରୀଙ୍କର ଦେହାନ୍ତ ହେବାରୁ ରବିବାର ଅନେକ ଲୋକ ଏକାଠି ହେବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଲଗାଇବା ଉପରେ ବିଚାର କରୁଛନ୍ତି ।

କୁଏତରୁ ଫେରିଥିବା 250 ଲୋକଙ୍କ ଯୋଗୁଁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢିବାରେ ଲାଗିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜୁଛନ୍ତି ସରକାର ।

ABOUT THE AUTHOR

...view details