ଓଡିଶା

odisha

ETV Bharat / international

କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ଶ୍ରୀଲଙ୍କାରେ ଆଗୁଆ କରିପାରିବେ ଭୋଟିଂ

ପୂର୍ବରୁ ଶ୍ରୀଲଙ୍କା ଦୁଇ ଥର ଅଗଷ୍ଟ 5ରେ ହେବାକୁ ଥିବା ଭୋଟ୍ ପ୍ରକ୍ରିୟା ପାଇଁ ସମୟରେ ପରିବର୍ତ୍ତନ କରିଛି । ସୁରକ୍ଷା ଗାଇଡଲାଇନ ଅନୁସାରେ ମତଦାନ କରିବା ପାଇଁ ଅନେକ ଥର ମକ ପୋଲ ମଧ୍ୟ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀଲଙ୍କାରେ କ୍ବାରେଣ୍ଟାଇନ ଲୋକଙ୍କ ପାଇଁ ଆଗୁଆ ଭୋଟିଂ ଘୋଷଣା
ଶ୍ରୀଲଙ୍କାରେ କ୍ବାରେଣ୍ଟାଇନ ଲୋକଙ୍କ ପାଇଁ ଆଗୁଆ ଭୋଟିଂ ଘୋଷଣା

By

Published : Jul 27, 2020, 5:43 PM IST

କଲୋମ୍ବୋ: ଶ୍ରୀଲଙ୍କାରେ ଅଗଷ୍ଟ 5ରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । 225 ସଦସ୍ୟ ବିଶିଷ୍ଟ ସଂସଦରେ ନୂଆ ସରକାର ବାଛିବା ପାଇଁ ଏହି ଭୋଟିଂ ପ୍ରକ୍ରିୟା ଆୟୋଜିତ ହେବ । ଏହାସହିତ ଆଗାମୀ 5 ବର୍ଷ ପାଇଁ ଦେଶକୁ ମିଳିବ ନୂଆ ସରକାର ।

ତେବେ ଏହି ଅବସରରେ ଭୋଟିଂ ପ୍ରକ୍ରିୟାରେ କୋରୋନା ବାଧା ପକାଇବାର ଆଶଙ୍କା ରହିଛି । ଏଥିପାଇଁ କ୍ବାରେଣ୍ଟାଇନରେ ଥିବା ଲୋକଙ୍କ ଲାଗି ଆଗୁଆ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଶ୍ରୀଲଙ୍କା ନିର୍ବାଚନ ଆୟୋଗ । ଅଗଷ୍ଟ 5ରେ ଭୋଟ୍ ଦେବାକୁ ଥିବା ଲୋକଙ୍କ ମଧ୍ୟରୁ ଯେଉଁମାନେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି ସେମାନେ ଜୁଲାଇ 31ରେ ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ କମିଶନ ଅଧ୍ୟକ୍ଷ ମହିନ୍ଦା ଦେଶପ୍ରିୟା ସୂଚନା ଦେଇଛନ୍ତି । କ୍ବାରେଣ୍ଟାଇନବାସୀଙ୍କ ପାଇଁ ଏହି ଆଗୁଆ ଭୋଟିଂ ତାରିଖ ବାହାର କରାଯାଇଛି ବୋଲି ସେ କହିଛନ୍ତି ।

ଅଗଷ୍ଟ 5ରେ ପ୍ରାୟ 16 ମିଲିୟନରୁ ଅଧିକ ଲୋକ ଭୋଟ୍ ଦେବେ ବୋଲି ଜଣାପଡିଛି । ତେବେ କୋରୋନା ମହାମାରୀ ଯୋଗୁଁ ନିର୍ବାଚନ ଅଧିକାରୀଙ୍କୁ ଏକ ମୁକ୍ତ ଓ ସ୍ବଚ୍ଛ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାରେ ସମସ୍ୟା ହେଉଛି ବୋଲି ଦେଶପ୍ରିୟା କହିଛନ୍ତି । ସେଥିପାଇଁ ବାଧ୍ୟ ହୋଇ ଆଗୁଆ ତାରିଖ ଘୋଷଣା କରାଯାଇଛି । ଫଳରେ ଭୋଟିଂ ସମୟରେ କୋରୋନାକୁ ଉପଯୁକ୍ତ ଭାବେ ପ୍ରତିରୋଧ କରାଯାଇପାରିବ । ଏହାସହ କ୍ବାରେଣ୍ଟାଇନରେ ଥାଇ ଭୋଟ୍ ଦେଉଥିବା ଲୋକଙ୍କ ପରିଚୟ ମିଡିଆକୁ ପ୍ରଦାନ କରାଯିବନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ପ୍ରଥମ ଥର ଦେଶରେ ଭୋଟ୍ ଗ୍ରହଣ ଘୋଷିତ ତାରିଖଠାରୁ ଆଗୁଆ ଅନୁଷ୍ଠିତ ହେଉଛି । ପୂର୍ବରୁ ଶ୍ରୀଲଙ୍କା ଦୁଇ ଥର ଅଗଷ୍ଟ 5ରେ ହେବାକୁ ଥିବା ଭୋଟ୍ ପ୍ରକ୍ରିୟା ପାଇଁ ସମୟରେ ପରିବର୍ତ୍ତନ କରିଛି । ସୁରକ୍ଷା ଗାଇଡଲାଇନ ଅନୁସାରେ ମତଦାନ କରିବା ପାଇଁ ଅନେକ ଥର ମକ ପୋଲ ମଧ୍ୟ ଆୟୋଜିତ ହୋଇଛି । ଶେଷରେ ନିର୍ଦ୍ଦିଷ୍ଟ ସମୟଠାରୁ ଏକ ଘଣ୍ଟା ବିଳମ୍ବରେ ଏହା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି ।

ପ୍ରକାଶ ଥାଉ କି ଗତ ମାର୍ଚ୍ଚ 2ରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା 6 ମାସ ଆଗରୁ ସଂସଦ ଭାଙ୍ଗିବା ସହ ଏପ୍ରିଲ 25ରେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ତେବେ କୋରୋନା ମହାମାରୀ ଯୋଗୁଁ ଏହାକୁ ଜୁନ 20 ଯାଏଁ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି କ୍ରମେ ଏହାର ନୂଆ ତାରିଖ ଅଗଷ୍ଟ 5 ନିର୍ଦ୍ଧାରିତ ହୋଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାରେ ଏବେ ସୁଦ୍ଧା 2764 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 11 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details