କଲୋମ୍ବୋ: କୋରୋନା ସଂକ୍ରମଣ ପରେ ବିଶ୍ବର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବନ୍ଦ କରାଯାଇଥିଲା । ବିଭିନ୍ନ ଦେଶରେ କୋରୋନାର ସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ଶ୍ରୀଲଙ୍କାରେ ମଧ୍ୟ ଦୀର୍ଘ 9 ମାସ ପରେ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି ।
ଗତ ମାର୍ଚ୍ଚ ମାସ ଠାରୁ ଭାରତ ମହାସାଗରରେ ଥିବା ଦ୍ବୀପପୁଞ୍ଜୀୟ ଦେଶ ଶ୍ରୀଲଙ୍କାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହିତ ଦେଶର ପ୍ରମୁଖ 2ଟି ଆନ୍ତର୍ଜାତିକ ବିମାନ ବନ୍ଦରକୁ ବନ୍ଦ କରିଥିଲେ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏକ ପାଇଲଟ କାର୍ଯ୍ୟକ୍ରମ ଦେଶରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଶ୍ରୀଲଙ୍କା ସରକାର କହିଛନ୍ତି । ସୋମବାର ୟୁକ୍ରେନରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ପ୍ରଥମ ପର୍ଯ୍ୟଟକ ଦଳ ପହଞ୍ଚିଛନ୍ତି । ତେବେ ଏହି 186 ପର୍ଯ୍ୟଟକମାନେ ଶ୍ରୀଲଙ୍କାରେ 10 ଦିନ ରହିବେ ବୋଲି ଆଶା କରାଯାଇଛି ।