ଓଡିଶା

odisha

ETV Bharat / international

14 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଶ୍ରୀଲଙ୍କା ନୌସେନା ଶନିବାର 14 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟକରୁ 3ଟି ମାଛଧରା ଟ୍ରଲର ଜବତ କରିଛି । ଅଧିକ ପଢନ୍ତୁ...

Sri Lanka Arrests 14 Indian Fishermen
ଫାଇଲ ଫଟୋ

By

Published : Dec 29, 2019, 5:57 PM IST

କଲମ୍ବୋ : ଶ୍ରୀଲଙ୍କା ନୌସେନା ଶନିବାର 14 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟକରୁ 3ଟି ମାଛଧରା ଟ୍ରଲର ଜବତ କରିଛି । ବେଆଇନ ଭାବରେ ନିଷିଦ୍ଧାଞ୍ଚଳରେ ଶ୍ରୀଲଙ୍କା ଜଳଭାଗରେ ମାଛ ମାରୁଥିବା କାରଣରୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା ।

ଶ୍ରୀଲଙ୍କା ନୌସେନା ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଶନିବାର ଡେଲଫ୍ଟ ଦ୍ବୀପର ଉତ୍ତରାଞ୍ଚଳରୁ ସମସ୍ତ 14 ମତ୍ସଜୀବୀଙ୍କୁ ଗିରଫ କରାଯାଇଛି ।

ଏହାସହ ଗିରଫ ସମସ୍ତ ମତ୍ସ୍ୟଜୀବୀଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଜାଫନା ମତ୍ସ୍ୟ ବିଭାଗର ସହନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବ । ଗତ କିଛି ବର୍ଷ ହେବ ଶ୍ରୀଲଙ୍କା ନୌବାହିନୀର କଡା ପାଟ୍ରୋଲିଂ ଫଳରେ ଭାରତୀୟ ମତ୍ସ୍ୟଜୀବୀଙ୍କ ବେଆଇନ ଜଳପଥରେ ଅନୁପ୍ରବେଶ ଓ ମାଛମରା ଘଟଣା ହ୍ରାସ ପାଇଛି ।

ABOUT THE AUTHOR

...view details