ଓଡିଶା

odisha

By

Published : May 1, 2020, 7:30 AM IST

ETV Bharat / international

ଦକ୍ଷିଣ କୋରିଆରେ କୋଭିଡ 19ର ଘରୋଇ ମାମଲା ଶୂନ

ଗୁରୁବାର 4ଟି ମାମଲା ସ୍ପଷ୍ଟ ହୋଇଛି । ହେଲେ ଏମାନେ ସମସ୍ତେ ବିଦେଶୀ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଦକ୍ଷିଣ କୋରିଆରେ କୋଭିଡ 19ର ଘରୋଇ ମାମଲା ଶୂନ
ଦକ୍ଷିଣ କୋରିଆରେ କୋଭିଡ 19ର ଘରୋଇ ମାମଲା ଶୂନ

ସିଓଲ: ଦକ୍ଷିଣ କୋରିଆରେ ପ୍ରଥମ ଥର କୋଭିଡ 19ର ଘରୋଇ ମାମଲା ଶୂନ ରହିଛି । ଏପର୍ଯ୍ୟନ୍ତ ଦେଶରେ ବାହାରିଥିବା ମାମଲା ମଧ୍ୟରେ ପ୍ରଥମ ଥର ଦେଶ ଭିତରୁ କୌଣସି ପଜିଟିଭ ସ୍ପଷ୍ଟ ହୋଇନାହିଁ । ଗୁରୁବାର କୋରୋନା ଆକ୍ରାନ୍ତ ବାହାରିଥିଲେ ମଧ୍ୟ ସେମାନେ ବିଦେଶରୁ ଆସିଥିବା ଜଣାପଡିଛି ।

ଏପରି 3 ମାସ ମଧ୍ୟରେ ପ୍ରଥମ ଥର ହୋଇଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଫେବୃୟାରୀଠାରୁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବାବେଳେ ପ୍ରଥମ ଥର ପାଇଁ ଏପରି ଖୁସି ଖବର ଆସିଥିବାର ସୂଚନା ମିଳିଛି । ଫେବୃୟାରୀରେ ଅନେକ ଆକ୍ରାନ୍ତ ବାହାରିଥିଲେ ଯେଉଁମାନଙ୍କ ଭିତରେ ବହୁତ ଲୋକ ସ୍ଥାନୀୟ ବାସିନ୍ଦା ଥିଲେ । ହେଲେ ପ୍ରଥମ ଥର ଗୁରୁବାର କୌଣସି ସ୍ଥାନୀୟ ବାସିନ୍ଦା କୋରୋନା ରିପୋର୍ଟରେ ପଜିଟିଭ ଆସିନାହାନ୍ତି ।

ଗୁରୁବାର 4ଟି ମାମଲା ସ୍ପଷ୍ଟ ହୋଇଛି । ହେଲେ ଏମାନେ ସମସ୍ତେ ବିଦେଶୀ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏବେ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 765 ରହିଛି । ସେହିପରି 247 ଜଣଙ୍କର ମୃତ୍ୟୁ ହୋଇଛି । 72 ଦିନରେ ପ୍ରଥମ ଥର ଏପରି ଶୂନ ପଜିଟିଭ ବାହାରିଥିବାରୁ ରାଷ୍ଟ୍ରପତି ମୁନ ଜାଏ ଇନ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ।

https://aninews.in/news/world/asia/south-korea-records-no-new-domestic-covid-19-cases-for-first-time-since-february-peak20200430175557/

ABOUT THE AUTHOR

...view details