ଓଡିଶା

odisha

ETV Bharat / international

ସ୍ମାର୍ଟ କ୍ୟାମେରା ସଲ୍ୟୁସନ ପାଇଁ ମାଇକ୍ରୋସଫ୍ଟ ସହ ହାତ ମିଶାଇଲା ସୋନି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ଯୁକ୍ତ ସ୍ମାର୍ଟ କ୍ୟାମେରା ଓ ଭିଡିଓ ଆନାଲିଟିକ୍ସ ପ୍ରସ୍ତୁତ କରିବା ପାଇଁ ଏକାଠି ହୋଇଛନ୍ତି ସୋନି ଓ ମାଇକ୍ରୋସଫ୍ଟ । ମଙ୍ଗଳବାର ଏନେଇ ବିଧିବଦ୍ଧ ଘୋଷଣା ହୋଇଛି ।

sony joins microsoft, sony, microsoft, smart camera solution, ମାଇକ୍ରୋସଫ୍ଟ ସହ ମିଶିଲା ସୋନି, ସୋନି, ମାଇକ୍ରୋସଫ୍ଟ, ସ୍ମାର୍ଟ କ୍ୟାମେରା
ସ୍ମାର୍ଟ କ୍ୟାମେରା ସଲ୍ୟୁସନ ପାଇଁ ମାଇକ୍ରୋସଫ୍ଟ ସହ ହାତ ମିଶାଇଲା ସୋନି

By

Published : May 20, 2020, 6:32 AM IST

ଟୋକିୟୋ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ଯୁକ୍ତ ସ୍ମାର୍ଟ କ୍ୟାମେରା ଓ ଭିଡିଓ ଆନାଲିଟିକ୍ସ ପ୍ରସ୍ତୁତ କରିବା ପାଇଁ ଏକାଠି ହୋଇଛନ୍ତି ସୋନି ଓ ମାଇକ୍ରୋସଫ୍ଟ । ମଙ୍ଗଳବାର ଏନେଇ ବିଧିବଦ୍ଧ ଘୋଷଣା ହୋଇଛି । ଯେଉଁଥିରେ ଜଣା ପଡିଛି କି ପ୍ରସ୍ତୁତ ହେବାକୁ ଥିବା ସ୍ମାର୍ଟ କ୍ୟାମେରା ଓ ଭିଡିଓ ଆନାଲିଟିକ୍ସକୁ ମାଇକ୍ରୋସଫ୍ଟ ଓ ସୋନିର ସାଧାରଣ ୟୁଜର୍ସଙ୍କୁ ଟାର୍ଗେଟ କରି ପ୍ରସ୍ତୁତ କରାଯିବ ।

ସୂଚନା ମୁତାବକ ଏହି କମ୍ପାନୀ ଦ୍ବୟ ସୋନିର ଇଣ୍ଟେଲିଜେଣ୍ଟ ଭିଜନ ସେନ୍ସର IMX500ରେ ମାଇକ୍ରୋସଫ୍ଟ ଆଜର ଏଆଇ କ୍ଷମତାକୁ ସଂଯୋଗ କରିବେ । ଯାହା ସ୍ମାର୍ଟ କ୍ୟାମେରା ଓ ଅନ୍ୟ ଡିଭାଇସରେ କଏଦ ହୋଇଥିବା ଫଟୋରୁ ଜରୁରୀ ତଥ୍ୟ କାଢିପାରିବ । ତେବେ IMX500 ସରେନ୍ସର ସହଯୋଗ କରିବା ପାଇଁ ସୋନି ଆଜର IoT ଓ କଗ୍ନିଟିଭ ସର୍ଭିସକୁ ମିଶାଇ ଏକ ଆପ ପ୍ରସ୍ତୁତ କରିବାର ଯୋଜନା ରହିଛି ।

ତେବେ ଏହି ସ୍ମାର୍ଟ କ୍ୟାମେରାକୁ ବ୍ୟବହାର କରି ବ୍ୟବସାୟୀମାନେ ଲାଭବାନ ହୋଇପାରିବେ। ଏହାର ବ୍ୟବହାର ଦ୍ବାରା ବ୍ୟବସାୟୀ ସରିଯାଇଥିବା ଦ୍ରବ୍ୟର ହିସାବ ରଖିପାରିବା ସହ ଏହାକୁ ରିଫିଲ କରିବା ପାଇଁ ୱାର୍ଣ୍ଣଂ ମଧ୍ୟ ପାଇପାରିବେ । ଏହି କ୍ୟାମେରା ବ୍ୟବସାୟରେ ଅଧିକ ବ୍ୟବହାରଯୋଗ୍ୟ ସାବ୍ୟସ୍ତ ହୋଇପାରେ । ଏନେଇ ମାଇକ୍ରୋସଫ୍ଟ ମୁଖ୍ୟ ମାର୍କେଟିଂ ଅଫିସର ତାକେସି ନ୍ୟୁମୋଟୋ ସୂଚନା ଦେଇଛନ୍ତି ।

@IANS

ABOUT THE AUTHOR

...view details