ଓଡିଶା

odisha

ETV Bharat / international

ଏଣିକି ହଂକଂରେ ଏକାଠି ହୋଇପାରିବେ 12ରୁ ଉର୍ଦ୍ଧ୍ବ ଲୋକ - ହଂକଂରେ ସାମାଜିକ ଦୂରତା ନିୟମ

ବର୍ତ୍ତମାନ ହଂକଂରେ 8 ଜଣ ଲୋକେ ଏକାଠି ହେବା ନେଇ ନିୟମ ରହିଥିବା ବେଳେ ଏହାର ଅବଧି ଚଳିତ ସପ୍ତାହ ଗୁରୁବାର ଶେଷ ହେବ । ଏହିକ୍ରମରେ ଚଳିତ ସପ୍ତାହ ଶେଷ ସୁଦ୍ଧା ନୂଆ ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ...

corona situation in hong kong, social gathering in hong kong, corona update in hong kong, social distancing in hong kong, ହଂକଂରେ କୋରୋନା ସ୍ଥିତି, ହଂକଂରେ ସାର୍ବଜନୀନ ଏକତ୍ରୀକରଣ, ହଂକଂରେ ସାମାଜିକ ଦୂରତା ନିୟମ, ହଂକଂରେ କୋରୋନା ଅପଡେଟ
ଏଣିକି ହଂକଂରେ ଏକାଠି ହୋଇପାରିବେ 12ରୁ ଉର୍ଦ୍ଧ୍ବ ଲୋକେ

By

Published : Jun 16, 2020, 4:02 AM IST

ହଂକଂ: ବିଗତ କିଛି ଦିନ ହେବ ହଂକଂରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବାରୁ କୋହଳ ହେବାକୁ ଯାଉଛି ସାର୍ବଜନୀନ ଏକତ୍ରିକରଣର ସୀମା । ପୂର୍ବରୁ ମାତ୍ର 4ଜଣଙ୍କୁ ଏକାଠି ହେବାର ନିଷ୍ପତ୍ତି ନିଆଯାଇଥିବା ବେଳେ ମେ’ ମାସ ଆରମ୍ଭରେ ଏହାକୁ 8ଜଣକୁ ବୃଦ୍ଧି କରାଯାଇଥିଲା । ଆଉ ଏବେ ଏହି ସୀମାକୁ 12ଜଣକୁ ବୃଦ୍ଧି କରାଯାଇଥିବା ସୋମବାର ଘୋଷଣା କରାଯାଇଛି ।

ଦେଶରେ ଏବେ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 1109 ଓ ମୃତ୍ୟୁ ସଂଖ୍ୟା 4ରେ ସ୍ଥିର ରହିଛି । ଏମିତିରେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଧିରେ ଧିରେ କୋହଳ ହେବାରେ ଲାଗିଛି ଅନେକ କଟକଣା । ଏଥିରେ ସାମାଜିକ ଦୂରତାକୁ 1.5ମିଟରକୁ ପରିବର୍ତ୍ତନ କରାଯାଇଥିବା ବେଳେ ସାର୍ବଜନୀନ ସ୍ଥାନରେ 12 ଜଣ ଲୋକେ ଏକାଠି ହୋଇପାରିବାକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ 8 ଜଣ ଲୋକେ ଏକାଠି ହେବା ନେଇ ନିୟମ ରହିଥିବା ବେଳେ ଏହାର ଅବଧି ଚଳିତ ସପ୍ତାହ ଗୁରୁବାର ଶେଷ ହେବ । ଏହିକ୍ରମରେ ଚଳିତ ସପ୍ତାହ ଶେଷ ସୁଦ୍ଧା ନୂଆ ନିୟମ ଲାଗୁ ହେବାର ସମ୍ଭାବନା ରହିଛି ।

ସେପଟେ ବାର୍‌, ପବ୍‌ ଓ ରେସ୍ତୋରାଁ ଆଦି ପୁଣି ଖୋଲିବା ନେଇ ଜଣା ପଡିଛି । ହେଲେ ଏହି ସବୁ ସ୍ଥାନମାନଙ୍କରେ ଲୋକଙ୍କ ଶରୀରର ତାପମାତ୍ରା ପରୀକ୍ଷା କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ରେସ୍ତୋରାଁ ଓ ବିୟୁଟି ପାର୍ଲରମାନଙ୍କରେ ସାମାଜିକ ଦୂରତାକୁ ସର୍ବନିମ୍ନ 1.5 ମିଟର ରଖିବା ପାଇଁ କୁହାଯାଇଛି । ପୂର୍ବରୁ ହଂକଂରେ ଧାର୍ମିକ ସ୍ଥାନମାନଙ୍କରେ ଏକତ୍ରୀକରଣକୁ ଅନୁମତି ଦିଆଯାଇଥିବା ବେଳେ ଏବେ ଏହା ସାର୍ବଜନୀନ ସ୍ଥାନରେ ମଧ୍ୟ ଲାଗୁ ହେବାକୁ ଯାଉଛି ।

@IANS

ABOUT THE AUTHOR

...view details