ଓଡିଶା

odisha

ETV Bharat / international

ହଂକଂରେ କୋହଳ ସାମାଜିକ ଦୂରତ୍ବ, ଏକାଠି ହୋଇପାରିବେ 50 ଲୋକ - ହଂକଂରେ କୋରୋନା ଅପଡେଟ

ହଂକଂରେ ଆଶ୍ଚର୍ଯ୍ୟକର ଢଙ୍ଗରେ କୋହଳ ହେବାକୁ ଯାଉଛି ସାମାଜିକ ଦୂରତା ନିୟମ । ଏହି ନୂଆ ନିୟମ ଆଧାରରେ ଦେଶରେ 50 ଜଳ ଲୋକେ ଏକାଛି ହୋଇପାରିବା ସହ ଧିରେ ଧିରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ଆଦି ପୂର୍ବ ପରି ସ୍ବାଭାବିକ ଢଙ୍ଗରେ ଆୟୋଜନ କରାଯାଇପାରିବ । ଅଧିକ ପଢ଼ନ୍ତୁ...

corona situation in hong kong, corona update in hong kong, social distancing ease in hong kong, ହଂକଂରେ କୋରୋନା ସ୍ଥିତି, ହଂକଂରେ କୋରୋନା ଅପଡେଟ, ହଂକଂରେ କୋହଳ ସାମାଜିକ ଦୂରତା
ହଂକଂରେ କୋହଳ ସାମାଜିକ ଦୂରତ୍ବ, ଏକାଠି ହୋଇପାରିବେ 50 ଲୋକ

By

Published : Jun 17, 2020, 2:10 AM IST

ହଂକଂ: ହଂକଂରେ ଆଶ୍ଚର୍ଯ୍ୟକର ଢଙ୍ଗରେ କୋହଳ ହେବାକୁ ଯାଉଛି ସାମାଜିକ ଦୂରତା ନିୟମ । ଏହି ନୂଆ ନିୟମ ଆଧାରରେ ଦେଶରେ 50 ଜଳ ଲୋକେ ଏକାଛି ହୋଇପାରିବା ସହ ଧିରେ ଧିରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ଆଦି ପୂର୍ବ ପରି ସ୍ବାଭାବିକ ଢଙ୍ଗରେ ଆୟୋଜନ କରାଯାଇପାରିବ । ମଙ୍ଗଳବାରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି ।

ହଂକଂରେ ଏହି ନୂଆ ନିୟମ ଆସନ୍ତ ଶୁକ୍ରବାର ଅର୍ଥାତ୍‌ ଜୁନ 19ରୁ ଲାଗୁ ହେବ । କିନ୍ତୁ ରେସ୍ତୋରାଁ ଓ ପବ୍‌ ଆଦିରେ ଟେବୁଲରେ 1.5 ମିଟର ଦୂରରେ ବସିବା ପରି ଆୟୋଜନ କରାଯିବ । ବାର୍‌, ପବ୍‌ ଓ ରେସ୍ତୋରାଁ ଆଦିରେ ପୂର୍ବରୁ ଗୋଟିଏ ଟେବୁଲପେ 4ଜଣ ବସିବାକୁ ଅନୁମତି ଥିବା ବେଳେ ଏବେ ଏହା କୋହଳ ହୋଇ 8କୁ ବୃଦ୍ଧି କରାଯିବ । ସେହିପରି ଲାଇଭ ନୃତ୍ୟଗୀତ ଓ ନାଇଟକ୍ଲବ ଆଦି ନିଜ ସର୍ଭିସ ପୁଣି ଆରମ୍ଭ କରିପାରିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ । ସେ କହିଛନ୍ତି କି ସ୍ଥିତି ସ୍ବାଭାବିକ କରିବା ପାଇଁ ନିୟମ କୋହଳ ଭଲ ପଦକ୍ଷେପ ହେଲେ ସାମାଜିକ ଦୂରତା ପ୍ରତି ଏତେ ଢିଲା ଆଚରଣ ଉଚିତ୍‌ ନୁହେଁ । ହଂକଂରେ ବର୍ତ୍ତମାନ ସୁଦ୍ଧା ସାମ୍ପ୍ରଦାୟିକ ସଂକ୍ରମଣର କୌଣସି ସୂତ୍ର ଦେଖାଯାଇନାହିଁ । ସେପଟେ ମୋଟ ଆକ୍ରାନ୍ତ ସଂଖ୍ୟା 1112 ରହିବା ସହ ମୃତ୍ୟୁ ସଂଖ୍ୟା ମାତ୍ର 4ରେ ସ୍ଥିର ରହିଛି ।

@IANS

ABOUT THE AUTHOR

...view details