ଓଡିଶା

odisha

ETV Bharat / international

କୋଭିଡ 19 ସହାୟତାକୁ ନେଇ ଗଣ୍ଡଗୋଳ, 6 ମୃତ - ଘୋର ଗଭର୍ଣ୍ଣରଙ୍କ ହାଉସ

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କ୍ରମଶଃ ଏହା ହିଂସାକାଣ୍ଡର ରୂପ ନେଇଥିଲା । ଅଧିକ ପଢନ୍ତୁ...

କୋଭିଡ 19 ସହାୟତାକୁ ନେଇ ଗଣ୍ଡଗୋଳ, 6 ମୃତ
କୋଭିଡ 19 ସହାୟତାକୁ ନେଇ ଗଣ୍ଡଗୋଳ, 6 ମୃତ

By

Published : May 10, 2020, 6:43 AM IST

କାବୁଲ: କୋଭିଡ 19 ସହାୟତାକୁ ନେଇ ଆଫଗାନିସ୍ତାନରେ ସମସ୍ୟା ଦେଖାଦେଇଛି । ଏଠାରେ ଘୋର ଅଞ୍ଚଳରେ ପୋଲିସ ସହ ସ୍ଥାନୀୟ ଅଧିବାସୀଙ୍କ ଗଣ୍ଡଗୋଳ ଘଟିଛି । ଫଳରେ 2 ପୋଲିସ କର୍ମୀଙ୍କ ସହ 6 ଜଣଙ୍କର ମୃତ୍ୟୁ ହୋଇଛି ।

ଶନିବାର ଶତାଧିକ ଲୋକ ଘୋର ଗଭର୍ଣ୍ଣରଙ୍କ ହାଉସ ସାମନାରେ କୋଭିଡ 19 ମୁକାବିଲା ପାଇଁ ଯୋଗାଯାଉଥିବା ସହାୟତା ବିରୋଧରେ ପ୍ରତିବାଦ କରିଥିଲେ । ସ୍ଥାନୀୟ ଅଧିକାରୀଙ୍କ ଦ୍ବାରା ଦିଆଯାଉଥିବା ଏହି ସହାୟତାରେ ଘୋଟଲା ହେଉଥିବାର ସେମାନେ ଅଭିଯୋଗ କରିଥିଲେ । ଏପରିକି ସେମାନେ ଗଭର୍ଣ୍ଣରଙ୍କ ହାଉସ ଉପରକୁ ଢେଲା ପଥର ଫିଙ୍ଗିଥିଲେ ।

ତେବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କ୍ରମଶଃ ଏହା ହିଂସାକାଣ୍ଡର ରୂପ ନେଇଥିଲା । ପୋଲିସ ପକ୍ଷରୁ ଭିଡ ହଟାଇବାକୁ ଗୁଳି ଚଲାଯାଇଥିଲା । ଏଥିରେ 4 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସେହିପରି ଲୋକଙ୍କ ଆକ୍ରମଣରେ 2 ଜଣ ପୋଲିସଙ୍କର ମୃତ୍ୟୁ ହୋଇଛି । ଏହାସହ 19 ଜଣ ଆହତ ହୋଇଛନ୍ତି । ଏଥିରେ ମଧ୍ୟ 10 ଜଣ ପୋଲିସ ଥିବା ଜଣାପଡିଛି । ଏବେ ପରିସ୍ଥିତି ଶାନ୍ତ ରହିଥିବା ଖବର ରହିଛି ।

ABOUT THE AUTHOR

...view details