ଓଡିଶା

odisha

ETV Bharat / international

ଭ୍ୟାକସିନ ନିର୍ମାଣ ପାଇଁ ବାହାରିଲା ଇମ୍ୟୁନ ସିଷ୍ଟମର ଅନଲାଇନ୍ ଆଟଲାସ୍

କୋରୋନା ଭ୍ୟାକସିନ୍ ବାହାର କରିବା ପାଇଁ ଏକ ନୂଆ ପଦ୍ଧତି ପାଇଛନ୍ତି ବୈଜ୍ଞାନିକ । ଏକ ଅନଲାଇନ୍ ଆଟଲାସ୍ ବାହାର କରିଛନ୍ତି ବୈଜ୍ଞାନିକ । ଏହା ଭବିଷ୍ୟତରେ ଭ୍ୟାକସିନ୍ ନିର୍ମାଣରେ ସହାୟକ ହେବ ବୋଲି ଏମାନେ କହିଛନ୍ତି । ଅଧିକ ପଢନ୍ତୁ....

By

Published : Jun 11, 2020, 11:15 PM IST

ଭ୍ୟାକସିନ୍ ନିର୍ମାଣ ପାଇଁ ବାହାରିଲା ଇମ୍ୟୁନ ସିଷ୍ଟମର ଅନଲାଇନ୍ ଆଟଲାସ୍
ଭ୍ୟାକସିନ୍ ନିର୍ମାଣ ପାଇଁ ବାହାରିଲା ଇମ୍ୟୁନ ସିଷ୍ଟମର ଅନଲାଇନ୍ ଆଟଲାସ୍

ସିଙ୍ଗାପୁର: କୋଭିଡ 19 ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା ଓ ଗବେଷଣା ଜାରି ରହିଛି । କେଉଁ ଉପାୟରେ ଏହି ମହାମାରୀକୁ ମୁକାବିଲା କରିହେବ ସେନେଇ ଚେଷ୍ଟା ଚଲାଇଛନ୍ତି ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ଅଧିକାରୀ । ଏହି ଅବସରରେ ସିଙ୍ଗାପୁରର ସିଙ୍ଗହେଲଥ୍ ଡ୍ୟୁକ୍ ଏନୟୁଏସ ଏକାଡେମୀକ ମେଡିକାଲ ସେଣ୍ଟରକୁ ଏକ ନୂଆ ସଫଳତା ମିଳିଛି ।

ଭ୍ୟାକସିନ୍ ବାହାର କରିବା ପାଇଁ ଏକ ନୂଆ ପଦ୍ଧତି ପାଇଛନ୍ତି ବୈଜ୍ଞାନିକ । କମ୍ପାନୀ ଏକ ଅନଲାଇନ୍ ଆଟଲାସ୍ ବାହାର କରିଛି । ଏହା ଭବିଷ୍ୟତରେ ଭ୍ୟାକସିନ୍ ନିର୍ମାଣରେ ସହାୟକ ହେବ ବୋଲି ଏମାନେ କହିଛନ୍ତି । ଏହି ଆଟଲାସ୍ ପ୍ରକୃତରେ ଏକ ଅନଲାଇନ୍ ପ୍ରୋଗ୍ରାମ ଦ୍ବାରା ତିଆରି ହୋଇଛି । ଏଥିରେ ମଣିଷ ଶରୀରର ସମସ୍ତ ଜିନ୍ ଓ ପ୍ରୋଟିନର କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିପାରିବ । ଏହି ଆଟଲାସ୍ ନାମ ଏପିକ୍ ରହିଛି । ଏହାଦ୍ବାରା କୋରୋନା ମୁକାବିଲା ପାଇଁ ଭ୍ୟାକସିନ୍ ନିର୍ମାଣ ସହଜ ହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

ପ୍ରକୃତରେ ଭ୍ୟାକସିନ୍ ବାହାର କରିବା ପାଇଁ ମଣିଷ ଶରୀରର ଭିତର ଅଂଶକୁ ସମ୍ପୂର୍ଣ୍ଣ ଭାବେ ବୁଝିବାର ଆବଶ୍ୟକ ରହିଛି । କାରଣ ଭ୍ୟାକସିନ୍ ଶରୀର ଭିତରେ ସକ୍ରିୟ ରହିବା ସହ କାର୍ଯ୍ୟ କରିବ । ସେଥିପାଇଁ ଏହାକୁ ନିର୍ମାଣ ପୂର୍ବରୁ ଭିତରେ ଜିନ୍ ଓ ପ୍ରୋଟିନ କିପରି କାର୍ଯ୍ୟ କରେ ସେ ବିଷୟରେ ଜାଣିବା ଆବଶ୍ୟକ । ଇମ୍ୟୁନ ସିଷ୍ଟମରେ ଯେଉଁ ଜିନ୍ ଓ ପ୍ରୋଟିନ ଅଛନ୍ତି ସେମାନଙ୍କର କାର୍ଯ୍ୟଶୈଳୀ ଜାଣିବା ପାଇଁ ଏହି ଅନଲାଇନ୍ ମ୍ୟାପ୍ ବନାଇଯାଇଛି । ସେମାନେ ଶରୀର ଭିତରେ କେମିତି କାମ କରନ୍ତି, ସେମାନଙ୍କର ପ୍ରକ୍ରିୟା କଣ ଏସବୁ ଏହି ଆଟଲାସରୁ ଜଣାପଡିଯିବ । ଏହା ଏକପ୍ରକାର ଏମଆରଆଇ ସ୍କାନ ଭଳି ଯାହା ମଣିଷ ଶରୀରର ଭିତର ଅଂଶର ସମସ୍ତ କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେବ ।

ଏହା ଉପରେ ଅନଲାଇନରେ ରିସର୍ଚ୍ଚରମାନେ ସବୁବେଳେ ନଜର ରଖିପାରିବେ । ଫଳରେ ଏହା ଅନୁସାରେ ଭ୍ୟାକସିନ୍ ତିଆରି ହୋଇପାରିବ । ଭ୍ୟାକସିନ୍ ତିଆରି କରିବାବେଳେ କିପରି ଭାବେ ଏହା ଶରୀର ଭିତରେ କାର୍ଯ୍ୟ କରିବ ଏବଂ ଜିନ୍ ଉପରେ ଏହାର ପ୍ରଭାବ କିପରି ରହିବ ତାହା ଜାଣିହେବ । ମଣିଷ ଶରୀର ଭିତର କାର୍ଯ୍ୟଶୈଳୀ ଅନୁସାରେ ଭ୍ୟାକସିନ୍ ନିର୍ମାଣ କରିହେବ । ଫଳରେ କୋରୋନା ଭୂତାଣୁକୁ ମୁକାବିଲା କରିବାରେ ସହାୟକ ହେବ । ଏବେ ଯାଏଁ ଶରୀରରେ ଭୂତାଣୁ କିପରି ବ୍ୟାପିବା ସହ ସମସ୍ତ କୋଷକୁ ପ୍ରଭାବିତ କରୁଛି ତାହାର ଏକ ଆକଳନ ଅନୁସାରେ ଚିକିତ୍ସା ଚାଲିଛି । ହେଲେ ଏହି ଆଟଲାସ୍ ଦ୍ବାରା ଏବେ ଏହା ଉପରେ ସିଧାସଳଖ ନଜର ରଖିହେବ । ଆଉ ସେହି ଅନୁସାରେ ଭ୍ୟାକସିନ୍ ତିଆରି କରିହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ABOUT THE AUTHOR

...view details