ଓଡିଶା

odisha

By

Published : Jul 7, 2020, 9:15 PM IST

ETV Bharat / international

ସୁରକ୍ଷା ପଦକ୍ଷେପ ସହ ଶ୍ରୀଲଙ୍କାରେ ସ୍କୁଲ ଫେରିଲେ ଛାତ୍ରଛାତ୍ରୀ

ପାଖାପାଖି 3 ମାସର ବନ୍ଦ ପରେ ଏବେ ପୁଣି ସ୍ବାଭାବିକ ହେବା ପାଇଁ ଚେଷ୍ଟା ଆରମ୍ଭ କରିଛି ଶ୍ରୀଲଙ୍କା । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସୋମବାରଠାରୁ ଦେଶରେ ବିଦ୍ୟାଳୟ ଆଦି ଖୋଲାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କେବଳ ତ୍ରୟୋଦଶ, ଏକାଦଶ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆସିବାକୁ ଅନୁମତି ମିଳିଛି ।

corona situation in srilanka, corona update in srilanka, corona restriction eases in srilanka, scholls reopen in srilanka, ଶ୍ରୀଲଙ୍କାରେ କୋରୋନା ସ୍ଥିତି, ଶ୍ରୀଲଙ୍କାରେ କୋରୋନା ଅପଡେଟ, ଶ୍ରୀଲଙ୍କାରେ କୋରୋନା କଟକଣା କୋହଳ, ଶ୍ରୀଲଙ୍କାରେ ଖୋଲିଲା ସ୍କୁଲ
ସୁରକ୍ଷା ପଦକ୍ଷେପ ସହ ଶ୍ରୀଲଙ୍କାରେ ସ୍କୁଲ ଫେରିଲେ ଛାତ୍ରଛାତ୍ରୀ

କଲମ୍ବୋ: ପାଖାପାଖି 3 ମାସର ବନ୍ଦ ପରେ ଏବେ ପୁଣି ସ୍ବାଭାବିକ ହେବା ପାଇଁ ଚେଷ୍ଟା ଆରମ୍ଭ କରିଛି ଶ୍ରୀଲଙ୍କା । ଏହି କ୍ରମରେ ଦୋକାନ ବଜାର, ବ୍ୟବସାୟିକ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ଖୋଲିବା ଆରମ୍ଭ ହୋଇଥିବା ବେଳେ ଦେଶର ବିଦ୍ୟାଳୟ ମଧ୍ୟ ଧିରେ ଧିରେ ଖୋଲିଛି । କୋରୋନା ସଂକ୍ରମଣରେ ବର୍ତ୍ତମାନ ସାମୟିକ ନିୟନ୍ତ୍ରଣ କରାଯାଇଥିବା ବେଳେ ବିଦ୍ୟାଳୟ ସବୁରେ ସମ୍ପୂର୍ଣ୍ଣ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସୋମବାର ଠାରୁ ଦେଶରେ ବିଦ୍ୟାଳୟ ଆଦି ଖୋଲାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କେବଳ ତ୍ରୟୋଦଶ, ଏକାଦଶ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆସିବାକୁ ଅନୁମତି ମିଳିଛି । ଏଥିସହ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ 8 ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଫେରିବା ନେଇ ଆକଳନ କରାଯାଇଛି । ତେବେ ସ୍କୁଲରେ ପ୍ରବେଶ କରିବା ସ୍ଥାନରେ ଛାତ୍ରଛାତ୍ରୀଙ୍କର ଶରୀରର ତାପମାତ୍ରା ପରୀକ୍ଷା କରାଯିବ । ଏଥିସହ ସ୍କୁଲରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରଖାଯିବା ସହ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ 1ମିଟର ବ୍ୟବଧାନରେ ଡେସ୍କ ଓ ଚେୟାରର ରଖାଯିବା ସହ କଥାବାର୍ତ୍ତା ବେଳେ ଏକାଠି ନହୋଇ ଦୂରତା ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଆଗାମୀ କିଛି ଦିନ ପରେ ଅର୍ଥାତ ଜୁଲାଇ 20ରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଡକାଯିବାର ବ୍ୟବସ୍ଥା କରାଯିବ । ଏହାପରେ ଜୁଲାଇ 27ରୁ କେବଳ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଛାଡି ବଳକା ଶ୍ରେଣୀର ପାଠପଢା ଆରମ୍ଭ କରାଯିବାର ଯୋଜନା ରହିଛି ।

ଶ୍ରୀଲଙ୍କାରେ ବର୍ତ୍ତମାନ ସୁଦ୍ଧା 2078 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 90 ପ୍ରତିଶତ ହାରରେ 1917 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ 161ରୁ କମ ଜଣଙ୍କ ଚିକିତ୍ସା ଜାରି ରହିବା ସହ ଏଯାବତ୍‌ 11 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@IANS

ABOUT THE AUTHOR

...view details