ନୂଆଦିଲ୍ଲୀ: ଦୀର୍ଘ 2 ମାସର ବ୍ୟବଧାନ ପରେ ଖୋଲିଲା ସାଉଦି ଆରବର ମସଜିଦ। ମୌଲବୀମାନଙ୍କ ଦ୍ୱାରା ରବିବାର ମସ୍କୋ କବାଟ ଖୋଲାଯାଇଛି। ଇସଲାମୀୟ ପ୍ରମୁଖ ରାଷ୍ଟ୍ର ସାଉଦି କୋରୋନାଭାଇରସ୍ ବିରୁଦ୍ଧରେ ଲଢିବାକୁ ତାଲାବନ୍ଦକୁ ହ୍ରାସ କରିଛି।
ରାଜଧାନୀ ରିୟାଦର ଅନ୍ୟତମ ବୃହତ୍ତମ ଅଲ ରାଜୀ ମସଜିଦରେ ପ୍ରାର୍ଥନା ଡାକରା ଦେଇଥିବା ଅବଦୁଲମାଜିଦ୍ ଅଲ ମୋହାଇସେନ୍ କହିଛନ୍ତି ଯେ, ଇଶ୍ବରଙ୍କ ଆର୍ଶୀବାଦ ଅନୁଭବ କରିବା ପାଇଁ ଲୋକମାନଙ୍କୁ ନିଜ ଘରେ ପରିବର୍ତ୍ତେ ମସଜିଦରେ ପ୍ରାର୍ଥନା କରିବା ଦରକାର।
ମୌଲବୀ ମାନେ ମସଜିଦ ଅଭିମୁଖେ ପ୍ରାଥର୍ନା ଯାଇଥିଲେ। ଯେଉଁଠାରେ ସମସ୍ତେ ମାସ୍କ ଏବଂ ନିଜର ପ୍ରାର୍ଥନା ମ୍ୟାଟ୍ ବ୍ୟବହାର କରିଥିଲେ। ଏହାସହ ହସ୍ତମିଳନରୁ ଠାରୁ ଦୂରେଇ ରହିବା ଏବଂ ଅତି କମରେ 2 ମିଟର ଦୂରରେ ଠିଆ ହୋଇଥିଲେ।