ଓଡିଶା

odisha

ETV Bharat / international

ଇଦ ଉପରେ କୋରୋନା ନଜର: ସାଉଦିରେ 5 ଦିନ ଧରି 24 ଘଣ୍ଟିଆ ଲକଡାଉନ - ସାଉଦିରେ 5 ଦିନ ଧରି 24 ଘଣ୍ଟିଆ ଲକଡାଉନ

ସାଉଦ ସରକାରଙ୍କ ବଡ ଘୋଷଣା । ଏଥର ଫିକା ପଡିବ ପବିତ୍ର ଇଦ ପର୍ବ । କାରଣ ଦେଶବ୍ୟାପୀ ଲାଗୁ ହେବାକୁ ଯାଉଛି 24 ଘଣ୍ଟିଆ ଲକଡାଉନ । ଅଧିକ ପଢନ୍ତୁ...

ସାଉଦିରେ 5 ଦିନ ଧରି 24 ଘଣ୍ଟିଆ ଲକଡାଉନ
ସାଉଦିରେ 5 ଦିନ ଧରି 24 ଘଣ୍ଟିଆ ଲକଡାଉନ

By

Published : May 13, 2020, 1:26 PM IST

ରିୟାଦ: ସାଉଦ ଆରବରେ ଏଥର ଫିକା ପଡିବ ପବିତ୍ର ଇଦ ପର୍ବ । ଦେଶବ୍ୟାପୀ ଦେଶରେ ଲାଗୁ ହେବାକୁ ଯାଉଛି 24 ଘଣ୍ଟିଆ ଲକଡାଉନ । ଏହି ମେ'ରେ ରମଜାନ ମାସ ଶେଷ ହେବାକୁ ଥିବାବେଳେ ମେ 23ରୁ 27 ପାଞ୍ଚ ଦିନ ଧରି ଇଦ ପର୍ବ ପାଳନ କରାଯିବ ।ଏହି 5ଟି ଦିନ ଧରି ଦେଶରେ ଲକଡାଉନ ଲାଗୁ କରାଯିବା ବୋଲି ସାଉଦି ସରକାର ଘୋଷଣା କରିଛନ୍ତି ।

ରାଷ୍ଟ୍ରାୟତ୍ତ ଏଜେନ୍ସି ପକ୍ଷରୁ କୁହାଯାଇଛି, ରମଜାନ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କୋରୋନା କଟକଣା ବଳବତ୍ତର ରହିବ । ମେ 23ରୁ 27 ଯାଏଁ ସମସ୍ତ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଯିବ । ସ୍ପିଷ୍ଟିନିକ ଅନୁସାରେ, ମକ୍କା ସହର ବ୍ୟତୀତ ସମସ୍ତ ରାଜ୍ୟର ନାଗରିକ ଇଦି ପୂର୍ବରୁ ଅର୍ଥାତ ସ୍ଥାନୀୟ ସମୟ ସକାଳ 9ଟାରୁ ସନ୍ଧ୍ୟା 5 ଟା ସୁଦ୍ଧା ଯାତାୟତ କରିବାକୁ ଅନୁମତି ମିଳିବ ।

ସୂଚନାଯୋଗ୍ୟ, ମଙ୍ଗଳବାର ସୁଦ୍ଧା ସାଉଦ ଆରବରେ 19 ହଜାର କୋଭିଡ ମାମଲା ଚିହ୍ନଟ ହୋଇଛି । 264ଜଣଙ୍କର ମୃତ୍ୟୁ ବରଣ ହୋଇଥି । 15 ହଜାର ଲୋକେ ସଂକ୍ରମିତରୁ ସୁସ୍ଥ ହୋଇଛନ୍ତି । ମକ୍କା ରାଜ୍ୟରେ କେବଳ 9 ହଜାର ଲୋକେ ସଂକ୍ରମିତ ହୋଇଛନ୍ତି ।

ଏହି ସମୟରେ, ସାଉଦି ସରକାର ନିଜ ଲୋକଙ୍କୁ ମହାମାରୀ କୋଭିଡ -19 ସମସ୍ତ ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ବ ଦେବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ABOUT THE AUTHOR

...view details