ମସ୍କୋ: କୋରୋନା ବିଭୀଷିକାରେ ବିଶ୍ବବାସୀ ଭୟରେ ଆକ୍ରାନ୍ତ । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମାନ କୋରୋନା ଆଗରେ ଲାଚାର । ଚୀନ, ଆମେରିକା ପରେ ଏବେ ରୁଷରେ କୋରୋନା ଉଗ୍ରତା ଦେଖିବାକୁ ମିଳୁଛି । ଗତ 24 ଘଣ୍ଟା ମଧ୍ୟରେ ରୁଷର କୋରୋନାଭାଇରସ୍ ମାମଲା 6,343 କୁ ବୃଦ୍ଧି ପାଇଛି । ଦେଶରେ ଗୋଟିଏ ଦିନରେ 954 ରେକର୍ଡ ବୃଦ୍ଧି ପାଇଛି ବୋଲି ଦେଶର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସୋମବାର କହିଛି।
ରୁଷରେ ବଢୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ 1000 ପଜିଟିଭ
ଗତ 24 ଘଣ୍ଟା ମଧ୍ୟରେ ରୁଷର କୋରୋନା ଭାଇରସ୍ ମାମଲା 6,343 କୁ ବୃଦ୍ଧି ପାଇଛି । ଦେଶରେ ଗୋଟିଏ ଦିନରେ 954 ରେକର୍ଡ ବୃଦ୍ଧି ପାଇଛି ବୋଲି ଦେଶର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସୋମବାର କହିଛି। ଅଧିକ ପଢନ୍ତୁ..
coronavirus
କୋରୋନା ପଜେଟିଭ ମାମଲା ବ୍ୟାପକ ଭାବେ ରେକର୍ଡ କରାଯାଇଛି । ମସ୍କୋ 591 ଟି ନୂଆ ମାମଲା ସହିତ କୋରୋନା ହଟସ୍ପଟ ପାଲଟିଛି ବୋଲି କେନ୍ଦ୍ର କହିଛି । ସମଗ୍ର ଦେଶରେ 47 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।
ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଆଦେଶ କ୍ରମେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ମସ୍କୋରେ ଲକ୍ଡାଉନ୍ ଘୋଷଣା କରାଯାଇଛି ।