ମସ୍କୋ: ଋଷରେ କ୍ରମଶଃ କୋରୋନା ସ୍ଥିତି ଭୟାନକ ଦିଗ ଆଡକୁ ଗତି କରୁଛି । ଏଭଳି ସଙ୍କଟମୟ ସ୍ଥିତିରେ ଦେଶପାଇଁ ଖୁସି ଖବର । ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ କୋରୋନାରୁ ସୁସ୍ଥ ହୋଇ ପୁଣି ଥରେ କାର୍ଯ୍ୟକୁ ଫେରିଛନ୍ତି । ମଙ୍ଗଳବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି ।
ଡାକ୍ତରଖାନାରେ ତାଙ୍କର ରହିବା ସମୟରେ, ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନେକ ମିଟିଂରେ ଭାଗ ନେଉଥିଲେ । ପିଏମଙ୍କ ମୁଖପାତ୍ର ବୋରିସ୍ ବିଲାକୋଭଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସରକାରୀ ଗୃହରେ ଏବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମିଶୁଷ୍ଟିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ମୁଖପାତ୍ର । ଏପ୍ରିଲ୍ 30 ରେ ପିଏମ କୋରୋନା ପଜେଟିଭ ଥିବା ସୂଚନା ଦେଇଥିଲେ ।