ଓଡିଶା

odisha

ETV Bharat / international

ମୁଖ୍ୟ ଟ୍ରାଏଲ ପାଇଁ ପ୍ରସ୍ତୁତ ଋଷିଆନ ସେନାର କୋଭିଡ ଭ୍ୟାକ୍ସିନ

କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତି ନେଇ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଛି ଋଷିଆ ସେନା । ଘୋଷଣା ମୁତାବକ ସେନା କୋରୋନା ମୁକାବିଲା ପାଇଁ ଏକ ଭ୍ୟାକ୍ସିନ ବିକଶିତ କରିଛି । ଯାହା ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ପାସ କରିଥିବା ବେଳେ ଆଗକୁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ ।

covid vaccine by russian millitary, russian defence department, first domestic covid vaccine in russia, covid vaccine, ଋଷିଆନ ସେନାର କୋଭିଡ ଭ୍ୟାକ୍ସିନ, ଋଷିଆର ପ୍ରତିରକ୍ଷା ବିଭାଗ, ଋଷିଆରେ ପ୍ରଥମ ଘରୋଇ କୋଭିଡ ଭ୍ୟାକ୍ସିନ, କୋଭିଡ ଭ୍ୟାକ୍ସିନ
ମୁଖ୍ୟ ଟ୍ରାଏଲ ପାଇଁ ପ୍ରସ୍ତୁତ ଋଷିଆନ ସେନାର କୋଭିଡ ଭ୍ୟାକ୍ସିନ

By

Published : Jul 22, 2020, 6:00 AM IST

ମସ୍କୋ: କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତି ନେଇ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଛି ଋଷିଆ ସେନା । ଘୋଷଣା ମୁତାବକ ସେନା କୋରୋନା ମୁକାବିଲା ପାଇଁ ଏକ ଭ୍ୟାକ୍ସିନ ବିକଶିତ କରିଛି । ଯାହା ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ପାସ କରିଥିବା ବେଳେ ଆଗକୁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ । ଏନେଇ ମସ୍କୋ ଟାଇମ୍ସ ଦ୍ବାରା ସୂଚନା ମିଳିଛି । ଏହା ପୂର୍ବରୁ ଗତ ସପ୍ତାହ ଋଷିଆନ ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଥିଲେ କି ସେମାନେ ଏକ ସୁରକ୍ଷିତ ଆଡେନୋଭାଇରାଲ ଭେକ୍ଟର ଅଧିକୃତ କୋରୋନା ଭ୍ୟାକ୍ସିନ ବିକଶିତ କରିଛନ୍ତି ।

ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଏକ ଭଲ୍ୟୁଣ୍ଟିଅର ଦଳ ପ୍ରସ୍ତୁତ ରହିଛନ୍ତି । ସେପଟେ ଏନେଇ ପ୍ରଥମ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ରୁସଲାନ ସାଲିକୋଭଙ୍କ କହିବା ଅନୁଯାୟୀ ମିଲିଟାରୀ ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ମିଳିତ ସହଯୋଗରେ ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଓ ମାଇକ୍ରୋବାୟୋଲୋଜିଠାରେ ଏହି ପ୍ରତିଷେଧକକୁ ବିକଶିତ କରାଯାଇଛି ।

ତେବେ ଏହି ପ୍ରତିଷେଧକର ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ଦେଖାଯାଇଥିଲା କି ଭଲ୍ୟୁଣ୍ଟିୟରମାନେ ବିନା କୌଣସି ଅସୁବିଧାରେ ଏଥିପ୍ରତି ସକାରାତ୍ମକ ପ୍ରତିକ୍ରିୟା ଦେଖାଇଥିଲେ । ଏଥିସହ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥିବା ମଧ୍ୟ ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କୋରୋନା ଭୂତଣୁ ବିରୋଧରେ ପ୍ରଥମ ଘରୋଇ ଭ୍ୟାକ୍ସିନ ପ୍ରସ୍ତୁତ ଥିବା ନେଇ ଘୋଷଣା କରାଯାଇଥିଲା । ହେଲେ ପ୍ରତିରକ୍ଷା ବିଭାଗର ଏହି ଦାବିକୁ ଋଷିଆନ ସ୍ବାସ୍ଥ୍ୟ ବିଭାଗ ମାନିବାକୁ ନାମଞ୍ଜୁର ଥିବା ଦେଖାଯାଇଛି ।

ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହି ଭ୍ୟାକ୍ସିନର ସମସ୍ତ ଟ୍ରାଏଲ ଶେଷ ହୋଇନାହିଁ । ତେଣୁ ଏତେ ପୂର୍ବରୁ ଭ୍ୟାକ୍ସିନ ପ୍ରସ୍ତୁତି ନେଇ ଘୋଷଣା କରିବା ଭୁଲ । ସେପଟେ ଏହି ଭ୍ୟାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହେବା ପରେ ଏହାର ଷ୍ଟେଟ ରେଜିଷ୍ଟ୍ରେସନ ପ୍ରକ୍ରିୟା କରାଇବା ପାଇଁ ବିଭାଗ ସୂଚନା ଦେଇଛି । ତେବେ ଏହି ପ୍ରତିଷେଧକ ଟ୍ରାଏଲ ସଫଳ ହେଲେ ଏହାର 200 ମିଲିୟନ ଡୋନ ପ୍ରସ୍ତୁତ କରିବା ପାଇଁ ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।

@IANS

ABOUT THE AUTHOR

...view details