ମସ୍କୋ:ମହାକାଶର ସଫଳ କାହାଣୀ ନେଇ ଅନେକ ଫିଲ୍ମ ନିର୍ମାଣ ହୋଇଛି । ହେଲେ ଏ ପର୍ଯ୍ୟନ୍ତ ମହାକାଶରେ କୌଣସି ପିଲ୍ମ ସୁଟିଂ ହୋଇନାହିଁ । ବର୍ତ୍ତମାନ ଏହା ହେବାକୁ ଯାଉଛି । ଋଷର ନିର୍ଦ୍ଦେଶକ କ୍ଲିମ ଶିପେଙ୍କୋ ଏ ଦିଗରେ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ।
ସେ ତାଙ୍କର ଆଗାମି ଫିଲ୍ମ 'ଚ୍ୟାଲେଞ୍ଜ'ର ସୁଟିଂ ଇଣ୍ଟରନ୍ୟାସନ୍ୟାଲ ସ୍ପେସ୍ ଷ୍ଟେସନ୍ ISSରେ କରିବେ । ଆମେରିକା ମହାକାଶ ଗବେଷଣା ଏଜେନ୍ସି ନାସା ଏହି ସୂଚନା ଦେଇଛି । ଫିଲ୍ମ ଚ୍ୟାଲେଞ୍ଜର ସୁଟିଁ ପାଇଁ ନିର୍ମାତା, ଅଭିନେତ୍ରୀ ୟୁଲିଆ ପେରିସ୍ଲିଡ ଆଇଏସଏସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେମାନଙ୍କ ସହିତ ଋଷର ଜଣେ ଅନ୍ତରୀକ୍ଷ ଯାତ୍ରୀ ରହିଛନ୍ତି । ମହାକାଶ ଗବେଷଣା ଏଜେନ୍ସି ଦ୍ବାରା ସୋୟୁଜ ଏମଏସ-19ରେ ଏମାନଙ୍କୁ ଆଇଏସଏସ ପଠାଯାଇଛି ।