ଓଡିଶା

odisha

By

Published : May 25, 2020, 11:24 PM IST

ETV Bharat / international

ଋଷରେ ଗମ୍ଭୀର ସ୍ଥିତି: 9000 ପଜିଟିଭ, 4 ଲକ୍ଷ ଅଭିମୁଖେ ଆକ୍ରାନ୍ତ

ଗତ 24 ଘଣ୍ଟାରେ ଋଷରେ ପ୍ରାୟ 9000 ପାଖାପାଖି କେସ ବାହାରିଥିବା ସ୍ବାସ୍ଥ୍ୟଧିକାରୀ ସୂଚନା ଦେଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଅଭିମୁଖେ ଅଗ୍ରସର ହୋଇଛି । ଅଧିକ ପଢନ୍ତୁ...

ଋଷରେ ଗମ୍ଭୀର ସ୍ଥିତି: 9000 ପଜିଟିଭ, 4 ଲକ୍ଷ ଅଭିମୁଖେ ଆକ୍ରାନ୍ତ
ଋଷରେ ଗମ୍ଭୀର ସ୍ଥିତି: 9000 ପଜିଟିଭ, 4 ଲକ୍ଷ ଅଭିମୁଖେ ଆକ୍ରାନ୍ତ

ମସ୍କୋ: ଆମେରିକା ପରେ ଋଷର ସ୍ଥିତି ଖରାପ ହୋଇଛି । ପ୍ରତିଦିନ ହଜାର ହଜାର କୋରୋନା ଆକ୍ରାନ୍ତ ବାହାରୁଛନ୍ତି । ଲଗାତାର ସପ୍ତାହେ ଉପରକୁ ହେବ ଏଠାରେ 9000ରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟାରେ ଋଷରେ ପ୍ରାୟ 9000 ପାଖାପାଖି କେସ ବାହାରିଥିବା ସ୍ବାସ୍ଥ୍ୟଧିକାରୀ ସୂଚନା ଦେଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଅଭିମୁଖେ ଅଗ୍ରସର ହୋଇଛି । ଏପର୍ଯ୍ୟନ୍ତ ମୋଟ 3 ଲକ୍ଷ 50 ହଜାର ଉପରେ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 92 ଜଣଙ୍କ ମୃତ୍ୟୁ ସହ ମୋଟ 3633 ଲୋକଙ୍କର ପ୍ରାଣ ନେଇଛି କୋଭିଡ 19 । ଏବେ ସୁଦ୍ଧା କେବଳ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଋଷଠାରୁ ଅଧିକ ରହିଛି ।

ତେବେ ଆକ୍ରାନ୍ତଙ୍କ ଅପେକ୍ଷା ମୃତ୍ୟୁସଂଖ୍ୟା କମ ଥିବା ଉପରେ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି । ଋଷ ସରକାର ଏନେଇ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର । ହେଲେ ଏହାକୁ ଖଣ୍ଡନ କରିବା ସହ ଦୃଢ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି ଦେଶର ସ୍ବାସ୍ଥ୍ୟ ଅଧିକାରୀ । ସରକାର ପ୍ରତିଦିନ କୋରୋନା ଟେଷ୍ଟିଂ ସଂଖ୍ୟା ବଢାଇଥିବା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details