ଓଡିଶା

odisha

By

Published : Oct 14, 2020, 4:14 PM IST

ETV Bharat / international

ପ୍ରଥମ ଥର ପାଇଁ 24 ଘଣ୍ଟାରେ ଋଷରେ ସଂକ୍ରମଣ 14,000 ପାର

ଆରମ୍ଭ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ଋଷରେ ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଋଷରେ 14,231 କୋଭିଡ୍ 19 ମାମଲା ପଞ୍ଜିକୃତ କରିଛି । ଏହାକୁ ମିଶାଇ ସମୁଦାୟ ମାମଲା 1,340,409 କୁ ବୃଦ୍ଧି ପାଇଛି ।

ପ୍ରଥମ ଥର ପାଇଁ 24 ଘଣ୍ଟାରେ ଋଷରେ ସଂକ୍ରମଣ  14,000 ପାର
ପ୍ରଥମ ଥର ପାଇଁ 24 ଘଣ୍ଟାରେ ଋଷରେ ସଂକ୍ରମଣ 14,000 ପାର

ମସ୍କୋ: କମୁନି କୋରୋନା କୋପ । ପ୍ରତିଦିନ ଦ୍ରୁତ ଗତିରେ ବଢିଚାଲିଛି ଆକ୍ରାନ୍ତ ଓ ମୃତ୍ୟୁହାର । ତେବେ ଆରମ୍ଭ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ଋଷରେ ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଋଷରେ 14,231 କୋଭିଡ୍ 19 ମାମଲା ପଞ୍ଜିକୃତ କରିଛି । ଏହାକୁ ମିଶାଇ ସମୁଦାୟ ମାମଲା 1,340,409 କୁ ବୃଦ୍ଧି ପାଇଛି ବୋଲି ଦେଶର କୋରୋନା ଭାଇରସ୍ ପ୍ରତିକ୍ରିୟା କେନ୍ଦ୍ର ବୁଧବାର କହିଛି।

କେନ୍ଦ୍ରର ଏକ ବିବୃତ୍ତି ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ 84 ଟି ଅଞ୍ଚଳରେ 14,231 କୋଭିଡ୍ 19 ମାମଲା ନିଶ୍ଚିତ ହୋଇଛି । ସେଥିମଧ୍ୟରୁ 3,585 (25.2 ପ୍ରତିଶତ) ସକ୍ରିୟ ଭାବରେ ଚିହ୍ନଟ ହୋଇଛି । ସମୁଦାୟ ସଂକ୍ରମଣ 13 ଲକ୍ଷ 40 ହଜାର 409 ରେ ପହଁଞ୍ଚିଛି |

ମସ୍କୋରେ ସର୍ବାଧିକ ବୃଦ୍ଧି ଚିହ୍ନଟ କରାଯାଇଥିଲା, ଯେଉଁଠାରେ 4,573 ନୂତନ ପଜିଟିଭ୍ ମାମଲା ଚିହ୍ନଟ ହୋଇଥିଲା | ସେଣ୍ଟ ପିଟର୍ସବର୍ଗରେ ମୋଟ 602 ଟି ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ମସ୍କୋ ଅଞ୍ଚଳରେ 429 ଟି ମାମଲା ନିଶ୍ଚିତ ହୋଇଛି । ଚୁକୋଟ୍କା ଅଞ୍ଚଳରେ କୌଣସି ନୂତନ ମାମଲା ରେକର୍ଡ କରାଯାଇ ନାହିଁ ।

ପ୍ରତିକ୍ରିୟା କେନ୍ଦ୍ରରେ 239 ନୂତନ କୋରୋନାଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଯାହା ମଙ୍ଗଳବାର ଦିନ 244 ରୁ ହ୍ରାସ ପାଇ ଋଷର ମୋଟ ମୃତ୍ୟୁ ସଂଖ୍ୟା 23,205 କୁ ବୃଦ୍ଧି ପାଇଛି । ଗତ ଦିନରେ ପ୍ରାୟ 7,920 କୋରୋନାଭାଇରସ୍ ରୋଗୀ ସୁସ୍ଥ ହୋଇଥିବା ନିଶ୍ଚିତ ହୋଇଛି । ମଙ୍ଗଳବାର 7,550 ରୁ ଏହା ସମୁଦାୟ ଡିସଚାର୍ଜ 1,039,705 ରେ ପହଁଞ୍ଚିଛି ।

ABOUT THE AUTHOR

...view details