ମସ୍କୋ:ସୋସିଆଲ ମିଡିଆ ଆପ ଫେସବୁକକୁ ବ୍ୟାନ କଲା ଋଷିଆ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଋଷିଆର ଗଣମାଧ୍ୟମ ଓ ସୂଚନାର ଉତ୍ସ ଗୁଡିକୁ ବିରୋଧ କରୁଛି ସୋସିଆଲ ମିଡିଆ । ଏହି କାରଣରୁ ଋଷିଆ ଗଣମାଧ୍ୟମ ନିୟନ୍ତ୍ରକ ଏହି ଘୋଷଣା କରିଛି। ଖାଲି ଫେସବୁକ ନୁହେଁ ଡଚ୍ ୱେଲ, ଟ୍ୱିଟର, ଆପଲ୍ ଏବଂ ଗୁଗୁଲର ଆପ୍ ଷ୍ଟୋରକୁ ମଧ୍ୟ ଋଷିଆ ବ୍ୟାନ କରିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ଚଳିତ ମାସରେ, ରୁଷିଆ ଫେଡେରେସନ ଫେସବୁକ୍ ନେଟୱାର୍କ (ମେଟା ପ୍ଲାଟଫର୍ମସ୍) ର ପ୍ରବେଶକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମେଟାର ପ୍ରେସିଡେଣ୍ଟ ନିକ୍ କ୍ଲେଗ୍ କହିଛନ୍ତି ଯେ କମ୍ପାନୀ ଆମର ସେବାକୁ ପୁନଃସ୍ଥାପନ କରିବା ପାଇଁ ଆମେ ସବୁ କିଛି କରିଛୁ। ଯଥାସମ୍ଭବ ଲୋକଙ୍କୁ ନିରାପଦାରେ ରଖିବାପାଇଁ ଉଦ୍ୟମ ଜାରି ରଖିଛୁ । ଯଦ୍ବାରା ଲୋକଙ୍କ ପାଖରେ ଏହି ସେବା ଉପଲବ୍ଧ ହେବ ।