ଓଡିଶା

odisha

ETV Bharat / international

ସମୁଦ୍ର ପଥ ଦେଇ ବାଂଲାଦେଶ ପହଞ୍ଚିଲେ ରୋହିଙ୍ଗ୍ୟା ଶରଣାର୍ଥୀ - ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀ

କୋରୋନା ସଂକ୍ରମଣ ଜନିତ ଲକଡାଉନ ପାଇଁ ବଙ୍ଗୋପସାଗରରେ ବେସାହାରା ହୋଇ ପଡିଛନ୍ତି ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀ । ତେବେ ଦୁଇ ସପ୍ତାହ ଧରି ବଙ୍ଗୋପାସାଗରରେ ଅସହାୟ ହୋଇ ଦିନ କାଟିବା ପରେ ଶନିବାର ବାଂଲାଦେଶରେ ଦକ୍ଷିଣ ଉପକୂଳରେ ପହଞ୍ଚି 29 ଶରଣାର୍ଥୀ ଥିବା ଏକ ଡଙ୍ଗା ।

rohingya refugees reached bagladesh, rohingya refugees in bangladesh, rohingya refugees in bay of bengal, rohungyaa refugees, ସମୂଦ୍ର ପଥ ଦେଇ ବାଂଲାଦେଶ ଆସିଲେ ରୋହିଙ୍ଗ୍ୟା ଶରଣାର୍ଥୀ, ବଙ୍ଗୋପସାଗରରେ ରୋହିଙ୍ଗ୍ୟା ଶରଣାର୍ଥୀ, ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀ, ରୋହିଙ୍ଗ୍ୟା ଶରଣାର୍ଥୀ
ସମୂଦ୍ର ପଥ ଦେଇ ବାଂଲାଦେଶ ପହଞ୍ଚିଲେ ରୋହିଙ୍ଗ୍ୟା ଶରଣାର୍ଥୀ

By

Published : May 3, 2020, 5:57 PM IST

ଢାକା: କୋରୋନା ସଂକ୍ରମଣ ଜନିତ ଲକଡାଉନ ପାଇଁ ବଙ୍ଗୋପସାଗରରେ ବେସାହାରା ହୋଇ ପଡିଛନ୍ତି ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀ । ବାଂଲାଦେଶ ଓ ମାଲେସିଆ ମଧ୍ୟରେ ଦୁଇ କିମ୍ବା ଦୁଇରୁ ଅଧିକ ଡଙ୍ଗାରେ ଏହି ଶରଣାର୍ଥୀମାନେ ଫସି ରହିଛନ୍ତି । ତେବେ ଦୁଇ ସପ୍ତାହ ଧରି ବଙ୍ଗୋପାସାଗରରେ ଅସହାୟ ହୋଇ ଦିନ କାଟିବା ପରେ ଶନିବାର ବାଂଲାଦେଶରେ ଦକ୍ଷିଣ ଉପକୂଳରେ ପହଞ୍ଚି 29 ଶରଣାର୍ଥୀ ଥିବା ଏକ ଡଙ୍ଗା ।

ଖବର ପାଇ ବାଂଲାଦେଶର ଶରଣାର୍ଥୀ କମିଶନର କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଶରଣାର୍ଥୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଥିପାଇଁ 10 ଜଣ ପୋଲିସ କର୍ମଚାରୀଙ୍କ ଏକ ଟିମ, ଡାକ୍ତର ଓ ଖାଦ୍ୟ ସାମଗ୍ରୀ ସେମାନଙ୍କ ପାଖରେ ପହଞ୍ଚାଇଯାଇଛି । ସେଠାରେ ସେମାନଙ୍କୁ ଉପଯୁକ୍ତ ଯତ୍ନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବାଂଲାଦେଶ ଶରଣାର୍ଥୀ କମିଶନରଙ୍କୁ ଖବର ଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି କି ଶନିବାର ବାଂଲାଦେଶ ଆସି ପହଞ୍ଚିଥିବା 29 ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମଧ୍ୟରେ 15 ଜଣ ମହିଳା ଓ 6 ଜଣ ଶିଶୁ ରହିଛନ୍ତି ।

ସୂଚନା ଅନୁଯାୟୀ ଏହି ଶରଣାର୍ଥୀମାନେ ସମୂଦ୍ର ପଥ ଦେଇ ମାଲେସିଆ ଯାଉଥିବା ବେଳେ କୋରୋନା ଲକଡାଉନ ପାଇଁ ସୀମା ସିଲ କରାଯାଇଥିଲା । ତଥାପି ମାଲେସିଆ ବେଆଇନ ଭାବେ ପ୍ରବେଶ ଉଦ୍ୟମ କରି ସେମାନେ ବିଫଳ ହୋଇଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ବାଂଲାଦେଶ ପହଞ୍ଚିଛନ୍ତି । ୟେଉଁଠାରେ ପୂର୍ବରୁ ପ୍ରାୟ 1 ମିଲିୟନ ରୋହିଙ୍ଗ୍ୟା ଶରଣାର୍ଥୀ ବସବାସ କରୁଛନ୍ତି ।

ABOUT THE AUTHOR

...view details