କାବୁଲ: ବିଶ୍ବରେ କୋରୋନା ଚିନ୍ତା ଚାଲିଥିବା ବେଳେ ସେପଟେ ଥମୁନି ଆତଙ୍କୀ ଆକ୍ରମଣ । ଗୁରୁବାର ଆଫଗାନିସ୍ତାନସ୍ଥିତ ଆମେରିକୀୟ ଏୟାରବେସରେ ମାଡ ହୋଇଛି 5ଟି ରକେଟ । ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ଜଣାପଡିଛି । ଅନ୍ୟପଟେ ଏହା ପଛରେ କିଏ ଦାୟୀ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ଆଫଗାନିସ୍ତାନସ୍ଥିତ ଆମେରିକୀୟ ଏୟାରବେସରେ ରକେଟ ମାଡ, କ୍ଷୟକ୍ଷତିର ନାହିଁ ସୂଚନା - ଆମେରିକୀୟ ଏୟାରବେସରେ ରକେଟ ମାଡ
ଗୁରୁବାର ସକାଳେ ବାଗ୍ରାମ ନିକଟସ୍ଥ କାରାବାସରୁ କଏଦୀଙ୍କୁ ମୁକ୍ତ କରାଯିବା ସମୟରେ ସ୍ଥାନୀୟ ଆମେରିକୀୟ ଏୟାରବେସରେ ଏହି 5ଟି ରକେଟ ମାଡ ହୋଇଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ଜଣାପଡିଛି ।
ଗୁରୁବାର ସକାଳେ ବାଗ୍ରାମ ନିକଟସ୍ଥ କାରାବାସରୁ କଏଦୀଙ୍କୁ ମୁକ୍ତ କରାଯିବା ସମୟରେ ସ୍ଥାନୀୟ ଆମେରିକୀୟ ଏୟାରବେସରେ ଏହି 5ଟି ରକେଟ ମାଡ ହୋଇଥିଲା । ସେପଟେ ଆମେରିକା ଓ ତାଲିବାନୀ ଶାନ୍ତି ଚୁକ୍ତି ଆଧାରରେ କଏଦୀମାନଙ୍କୁ ଏକ ଗୁପ୍ତ ବିଲ୍ଡିଂକୁ ନିଆଯାଉଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଇଛି। ଆଫଗାନିସ୍ତାନରେ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାକୁ ଯାଇ ଏହି କଏଦୀମାନଙ୍କୁ ଖଲାସ କରାଯାଉଥିଲା ।
ଘଟଣାର ଛାନଭିନ ପରେ ଜଣାପଡିଛି କି ନିକଟସ୍ଥ ଗାଁରେ ଏକ ମୋଟରଯାନରୁ ଏହି ରକେଟ ମାଡ ହୋଇଥିଲା । ସେପଟେ ସ୍ବାକ୍ଷରିତ ଚୁକ୍ତି ମୁତାବକ 5000 ତାଲିବାନି କଏଦୀଙ୍କ ମୁକ୍ତି ବଦଳରେ 1000 ଆଫଗାନୀ ସୁରକ୍ଷାକର୍ମୀଙ୍କୁ ମୁକ୍ତ କରାଯିବ । ଏହି ଆଧାରରେ ବୁଧବାର ହାର୍ଡଲାଇନ ଇସଲାମିଷ୍ଟ ଦଳର 100 କଏଦୀଙ୍କୁ ଏହି ବାଗ୍ରାମ ନିକଟସ୍ଥ କାରାଗାରରୁ ମୁକ୍ତ କରାଯାଇଥିଲା ।