ରେଡନୋର: ମାଛ ଧରାଳି ମାନଙ୍କୁ ବିଭିନ୍ନ ସମୟରେ ଅଜବ ପ୍ରକାର ସରୀସୃପ ଓ ମାଛ ଧରିଥାନ୍ତି । ଏହାସବ ବିଭିନ୍ନ ସମୟରେ ଅତ୍ୟନ୍ତ ବିରଳ ଓ ବିଚିତ୍ର ଧରଣର ଜୀବଜନ୍ତୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅବିକଳ କୁମ୍ଭୀର ଭଳି ଦେଖାଯାଉଥିବା ଏକ ମାଛ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପେନସିଲଭାନିଆର ଫେନିମୋର ପାର୍କରେ ଥିବା ପୋଖରୀରେ ଏହି ବିରଳ ମାଛ ଦେଖିବାକୁ ମିଳିଥିଲା।
ପେନସିଲଭାନିଆର ଫେନିମୋର ପାର୍କରେ ଥିବା ପୋଖରୀରେ ଏକ ବିରଳ ମାଛ ଦେଖିବାକୁ ମିଳିଥିଲା। ମାଛ ଏକ କୁମ୍ଭୀର ସଦୃଶ ଦେଖାଯାଉଥିଲା | ଏହି ବିରଳ ମାଛ ଫଟୋ ରେଡନୋର ଟାଉନସିପ ପୋଲିସ ବିଭାଗ ଫେସବୁକରେ କରିଥିଲା ।