ଓଡିଶା

odisha

ETV Bharat / international

ପ୍ରଳୟ ରଚିଲା ଝଡବର୍ଷା: ନେପାଳରେ 27 ମୃତ, 400 ଆହତ - ବର୍ଷାର ତାଣ୍ଡବ

ପ୍ରବଳ ଝଡବର୍ଷାରେ ବେହାଲ ହୋଇଛି ନେପାଳ। ରବିବାର ରାତିରେ ଝଡବର୍ଷାର ତାଣ୍ଡବ ଯୋଗୁଁ ଦକ୍ଷିଣ ନେପାଳରେ 27 ଜଣଙ୍କ ମୃତ୍ୟୁ ହୋଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

By

Published : Apr 1, 2019, 9:33 AM IST

କାଠମାଣ୍ଡୁ: ଏକ ବିଶାଳ ଝଡବର୍ଷା କବଳରେ ପଡି ବେହାଲ ହୋଇଛି ନେପାଳ। ଦେଶର ବିଭିନ୍ନ ଜାଗାରେ ଏହାର ପ୍ରଭାବ ପଡିଛି । ଫଳରେ ପ୍ରାୟ 27 ଜଣ ଲୋକଙ୍କ ମୃତ୍ୟୁ ହେବା ସହ 400ରୁ ଅଧିକ ଆହତ ହୋଇଥିବା ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ନେପାଳ ସେନା ମୁଖପାତ୍ର ୟାମ ପ୍ରସାଦ ଢୋକଲଙ୍କ ସୂଚନାନୁସାରେ ଦକ୍ଷିଣ ନେପାଳର କେତୋଟି ଗ୍ରାମରେ ରବିବାର ସନ୍ଧ୍ୟାରେ ଭୀଷଣ ଝଡବର୍ଷା ହୋଇଥିଲା। ବିଶେଷ କରି ବାରା ଓ ପର୍ସା ଜିଲ୍ଲାର ଅନେକ ଗାଁରେ ଏହି ବର୍ଷାର ପ୍ରଭାବ ପଡିଛି। ରାଜଧାନୀ କାଠମାଣ୍ଡୁ ଠାରୁ ଦକ୍ଷିଣରେ ୧୨୮ କିଲୋମିଟର ଦୂର ବାରା ଜିଲ୍ଲାରେ ଏହି ବର୍ଷା ଅଧିକ ତାଣ୍ଡବ ରଚିଛି । ଆହତଙ୍କୁ ବିଭିନ୍ନ ଚିକିତ୍ସାଳୟରେ ସେବା ଯୋଗାଇ ଦିଆଯାଇଥିବା ନେଇ ଜାତୀୟ ଜରୁରୀକାଳୀନ ସେବା ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମୃତବ୍ୟକ୍ତିଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ସେନା ଏବଂ ପୋଲିସ ପଠାଯାଇଥିବା ସେ ସୂଚନା ଦେଇଛନ୍ତି । ଶତାଧିକ ସେନାଧିକାରୀଙ୍କୁ ପ୍ରଭାବିତ ଅଞ୍ଚଳ ପଠାଯାଇଥିବା ସେନା ମୁଖପାତ୍ର କହିଛନ୍ତି। ଏହାସହ ଜରୁରୀକାଳୀନ ସେବା ପାଇଁ 2ଟି ଏମଆଇ 17 ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି। ଗୋଟିଏ ସ୍କାଏ ଟ୍ରକ ମଧ୍ୟ ସିମରାରେ ପ୍ରସ୍ତୁତ ଥିବା ନେଇ ସେ ସୂଚନା ଦେଇଛନ୍ତି ।

ଝଡବର୍ଷା ପରେ ରବିବାର ରାତିରେ ପ୍ରଭାବିତ ଅଞ୍ଚଳକୁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳ ପଠାଯାଇଥିଲା। ଏହାସହ 2ଟି ବାଟାଲିୟନଙ୍କୁ ମଧ୍ୟ ମୁତୟନ କରାଯାଇଥିଲା । କାଠମାଣ୍ଡୁ ସ୍ଥିତ ମିଡ ଏୟାରବେସ୍‌ରେ ନାଇଟ୍‌ ଭିଜନ ହେଲିକପ୍ଟରକୁ ମଧ୍ୟ ସତର୍କ ମୋଡରେ ରଖାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବିଷ୍ଣୁରିମଲ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details