ଓଡିଶା

odisha

ETV Bharat / international

ପ୍ୟୋଙ୍ଗ୍ୟାଙ୍ଗ ଧ୍ବଂସ କଲା ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟ - ପ୍ୟୋଙ୍ଗ୍ୟାଙ୍ଗ ଧ୍ବଂଲ କଲା ମିଳିତ କାର୍ଯ୍ୟାଳୟ

କିଛି ଦିନ ତଳେ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ ଉନଙ୍କ ଉଭଣୀ କିମ ୟୋ ଜଙ୍ଗ ସିଓଲ ଉପରେ ଆକ୍ରମଣ ନେଇ ଧମକ ଦେଇଥିଲେ । ଯାହା ମଙ୍ଗଳବାର ସତ୍ୟତାରେ ପରିଣତ ହୋଇଛି । ଦିନ ପ୍ରାୟ 2.49ମିନିଟରେ ଉତ୍ତର କୋରିଆର ପ୍ୟୋଙ୍ଗ୍ୟାଙ୍ଗ ଏକ ବିସ୍ଫୋରଣରେ ଏହି କାର୍ଯ୍ୟାଳୟକୁ ଧ୍ବଂସ କରିଥିବା ଜଣା ପଡିଛି । ଅଧିକ ପଢ଼ନ୍ତୁ...

inter-korean joint liasion office, Pyongyang blew up joint liasion office, north-south korea border issue, ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟ, ପ୍ୟୋଙ୍ଗ୍ୟାଙ୍ଗ ଧ୍ବଂଲ କଲା ମିଳିତ କାର୍ଯ୍ୟାଳୟ, ଉତ୍ତର-ଦକ୍ଷିଣ କୋରିଆ ସୀମା ବିବାଦ
ପ୍ୟୋଙ୍ଗ୍ୟାଙ୍ଗ ଧ୍ବଂସ କଲା ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟ

By

Published : Jun 17, 2020, 2:06 AM IST

ସିଓଲ: ଉତ୍ତର-ଦକ୍ଷିଣ କୋରିଆ ମଧ୍ୟରେ ବଢିବାରେ ଲାଗିଛି ତିକ୍ତତା । ଏନେଇ ମଙ୍ଗଳବାର ଉତ୍ତର କୋରିଆ ସୀମାନ୍ତବର୍ତ୍ତୀ କୈସଙ୍ଗ ସହରରେ ଥିବା ଅନ୍ତଃକୋରିଆନ ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ଉଡାଇ ଦେଇଥିବା ଜଣା ପଡିଛି । ଶାନ୍ତି ଚୁକ୍ତି ମୁତାବକ ଦକ୍ଷିଣ କୋରିଆ ନିଜ ପ୍ରତିଶୃତି ରଖିବାରେ ବିଫଳ ହେବାରେ ଉତ୍ତର କୋରିଆ ପ୍ରାୟ ଦୈନିକ ଆକ୍ରମଣର ଧମକ ଦେଇଆସୁଥିଲା ।

କିଛି ଦିନ ତଳେ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ ଉନଙ୍କ ଉଭଣୀ କିମ ୟୋ ଜଙ୍ଗ ସିଓଲ ଉପରେ ଆକ୍ରମଣ ନେଇ ଧମକ ଦେଇଥିଲେ । ଯାହା ମଙ୍ଗଳବାର ସତ୍ୟତାରେ ପରିଣତ ହୋଇଛି । ଦିନ ପ୍ରାୟ 2.49 ମିନିଟରେ ଉତ୍ତର କୋରିଆର ପ୍ୟୋଙ୍ଗ୍ୟାଙ୍ଗ ଏକ ବିସ୍ଫୋରଣରେ ଏହି କାର୍ଯ୍ୟାଳୟକୁ ଧ୍ବଂସ କରିଥିବା ଜଣା ପଡିଛି । ଏହାର କିଛି ସମୟ ପୂର୍ବରୁ ସୀମାରେ ବିସ୍ଫୋରଣର ଶବ୍ଦ ସହ ଧୂଆଁ ଦେଖିବାକୁ ମିଳିଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଥିଲା ।

ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ସ୍ବରୂପ 2018 ମସିହାରେ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ହେଲେ ଏହି ଚୁକ୍ତି ମୁତାବକ ଯଦି ଦକ୍ଷିଣ କୋରିଆ ନିଜ କାର୍ଯ୍ୟରେ ଅବହେଳା କରେ ତେବେ ମିଳିତ ଯୋଗାଯୋଗ କାର୍ଯ୍ୟାଳୟ ଧ୍ବଂସ କରିବା ପାଇଁ ଉତ୍ତର କୋରିଆ ଧମକ ଦେଇଥିଲା । ଏମିତିରେ କିଛି ଦିନ ତଳେ କେତେକ ବିଶ୍ବାସଘାତକ ବ୍ୟକ୍ତି ଦକ୍ଷିଣ କୋରିଆ ସହ ମିଶି ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ମନ୍ତବ୍ୟ ଥିବା ଲିଫ୍ଲେଟ ଉତ୍ତର କୋରିଆରେ ବାଣ୍ଟିଥିଲେ । ଦକ୍ଷିଣ କୋରିଆ ଏହି କାର୍ଯ୍ୟକଳାପରେ ଚାହିଁଥିଲେ ରୋକ ଲଗାଇ ପାରିଥା’ନ୍ତା ବୋଲି ଉତ୍ତର କୋରିଆ ମତ ଦେଇ ଆକ୍ରମଣାତ୍ମକ ବ୍ୟବହାର ଆରମ୍ଭ କରିଥିଲା ।

@IANS

ABOUT THE AUTHOR

...view details