ରିୟାଦ: ସାଉଦି ଆରବରେ ଧିରେ ଧିରେ ଆରମ୍ଭ ହୋଇଛି ଲକଡାଉନ କୋହଳ ପ୍ରକ୍ରିୟା । ପବିତ୍ର ଇଦ୍କୁ ନଜରରେ ରଖି ଗତ 5 ଦିନ ହେବ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ହେଲେ ପରିସ୍ଥିତିରେ ସୁଧାର ପରେ ଗୁରୁବାର ଲକଡାଉନ ନିୟମ କୋହଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଦେଶରେ ଜାରି ହୋଇଥିବା ଲକଡାଉନ ପାଇଁ 24 ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଥିଲା । ଗୁରୁବାରଠାରୁ ଏହି ନିୟମ କୋହଳ ହୋଇଥିବା ଦେଖିବାକୁ ମିଳିଛି । ଇସଲାମ ଧର୍ମର ପବିତ୍ରତମ ସହର ଭାବେ ଜଣା ଯାଉଥିବା ମକ୍କା ସହରରେ କିନ୍ତୁ ଲକଡାଉନ କୋହଳ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହି ସହରରେ ମାତ୍ରାଧିକ ଜନଗହଳି ଯୋଗୁଁ ଆଖି ପିଛୁଳାକେ ଏଠାରେ ମାଡି ଚାଲିଥିଲା କୋରୋନା ସଂକ୍ରମଣ ।