ଓଡିଶା

odisha

ETV Bharat / international

ଦ୍ବିତୀୟ ଥର ବାପା ହେଲେ ପ୍ରିନ୍ସ ହ୍ୟାରୀ, କନ୍ୟା ସନ୍ତାନ ଜନ୍ମ ଦେଲେ ମେଘାନ

ଦ୍ବିତୀୟ ଥର ବାପା ହୋଇଛନ୍ତି ପ୍ରିନ୍ସ ହ୍ୟାରୀ ଓ ଜଣେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ସ୍ତ୍ରୀ ମେଘାନ ମର୍କେଲ । ରବିବାର ଏହି ଦମ୍ପତି ନିଜର ଦ୍ବିତୀୟ ସନ୍ତାନ ଲିଲିବେଟ ଲିଲି ଡାଏନା ମାଉଣ୍ଟବେଟନ-ୱିଣ୍ଡସରଙ୍କୁ କରିଛନ୍ତି ସ୍ବାଗତ । ଅଧିକ ପଢନ୍ତୁ...

By

Published : Jun 7, 2021, 1:00 PM IST

ଦ୍ବିତୀୟ ଥର ବାପା ହେଲେ ପ୍ରିନ୍ସ ହ୍ୟାରୀ, କନ୍ୟା ସନ୍ତାନ ଜନ୍ମ ଦେଲେ ମେଘାନ
ଦ୍ବିତୀୟ ଥର ବାପା ହେଲେ ପ୍ରିନ୍ସ ହ୍ୟାରୀ, କନ୍ୟା ସନ୍ତାନ ଜନ୍ମ ଦେଲେ ମେଘାନ

ଲଣ୍ଡନ: ବ୍ରିଟେନ ରାଜପରିବାରରେ ଖୁସିର ଲହରୀ । କାରଣ ଦ୍ବିତୀୟ ଥର ବାପା ହୋଇଛନ୍ତି ପ୍ରିନ୍ସ ହ୍ୟାରୀ । ଜଣେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ସ୍ତ୍ରୀ ମେଘାନ ମର୍କେଲ । ରବିବାର ଏହି ଦମ୍ପତି ନିଜର ଦ୍ବିତୀୟ ସନ୍ତାନ ଲିଲିବେଟ ଲିଲି ଡାଏନା ମାଉଣ୍ଟବେଟନ-ୱିଣ୍ଡସରଙ୍କୁ କରିଛନ୍ତି ସ୍ବାଗତ ।

ପ୍ରିନ୍ସ ହ୍ୟାରୀ ଓ ମେଘାନ ମାର୍କେଲ ଏକ ବୟାନ ଜାରି କରି କହିଛନ୍ତି, ତାଙ୍କ ଝିଅର ଜନ୍ମ 4 ଜୁନ ସାଣ୍ଟା ବାରବରା କଟେଜ ହସ୍ପିଟାଲରେ ହୋଇଛି । ଝିଅର ଜନ୍ମ ପରେ ମା' ଓ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଉ ଏବେ ଏମାନେ ନିଜ ଘରେ ଅଛନ୍ତି । ତେବେ ସମସ୍ତ ପ୍ରାର୍ଥନା ପ୍ରତି ଆଭାର ପ୍ରକଟ କରିଛନ୍ତି ହ୍ୟାରୀ ଓ ମେଘାନ ।

ଝିଅର ପ୍ରଥମ ନାଁ ରହିଛି ଲିଲିବେଟ । ମହାରାଣୀ ଏଲିଜାବେଥଙ୍କୁ ସ୍ନେହରେ ଲିଲିବେଟ ଡକାଯାଏ । ସେହିଭଳି ଦ୍ବିତୀୟ ନାଁ ତାଙ୍କ ଜେଜେମା ତଥା ହ୍ୟାରୀଙ୍କ ମା'ଙ୍କ ସମ୍ମାନରେ ରଖାଯାଇଛି । ଏହି ଶିଶୁକନ୍ୟା ବ୍ରିଟେନ ରାଜପରିବାରର ଅଷ୍ଟମ ସନ୍ତାନ ।

ଝିଅର ଜନ୍ମ ଖବର ସହିତ ତାଙ୍କର କୌଣସି ଫଟୋ ଏଯାଏଁ ଜାରି କରାଯାଇନାହିଁ । ଝିଅର ଜନ୍ମ ଏଭଳି ସମୟରେ ହୋଇଛି, ଯେବେ ରାଜପରିବାର ଓ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢିଛି । ହ୍ୟାରୀ ଓ ମେଘାନ ମାର୍ଚ୍ଚରେ ଏକ ସାକ୍ଷାତକାରରେ ଅନେକ କଥାର ଖୁଲାସା କରିଥିଲେ ଯେଉଁଥିରେ ରାଜପରିବାର ସମାଲୋଚନାର ସାମ୍ନା କରିଥିଲା ।

ABOUT THE AUTHOR

...view details