ଟୋକିଓ: ଆଜି(ଶନିବାର) ସକାଳେ ଉତ୍ତର ଜାପାନରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଟୋକିଓରେ କୋଠାଗୁଡ଼ିକରେ ଏହାର ପ୍ରଭାବ ପଡିଥିଲା । ତେବେ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ସୁନାମି ହେବାର ଆଶଙ୍କା ନାହିଁ ।
ଜାପାନରେ ଜୋରଦାର ଭୂକମ୍ପ, ସୁନାମିର ନାହିଁ ଭୟ - Powerful quake hits northern Japan
ଆଜି(ଶନିବାର) ସକାଳେ ଉତ୍ତର ଜାପାନରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଟୋକିଓରେ କୋଠାଗୁଡ଼ିକରେ ଏହାର ପ୍ରଭାବ ପଡିଥିଲା । ଅଧିକ ପଢନ୍ତୁ...
ଜାପାନରେ ଜୋରଦାର ଭୂକମ୍ପ,
ଜାପାନ ପାଣିପାଗ ବିଭାଗ କହିଛି ଯେ ଏହି ଭୂକମ୍ପର ତୀବ୍ରତା 6.6 ରହିଥିଲା । ପ୍ରାୟ 60 କିଲୋମିଟର (36 ମାଇଲ) ଗଭୀରରେ ଏହା ଘଟିଛି । ଉତ୍ତର ଜାପାନର ମିୟାଗି ପ୍ରିଫେକ୍ଟର ଉପକୂଳରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା । ପ୍ରକାଶଥାଉକି, ମାର୍ଚ୍ଚ 2011 ରେ ହୋଇଥିବା ଭୂକମ୍ପ ଏବଂ ସୁନାମି ଦ୍ୱାରା ପ୍ରାୟ 20,000 ଲୋକଙ୍କର ମୃତ୍ୟୁ ଘଟିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ