ଓଡିଶା

odisha

ETV Bharat / international

ଦକ୍ଷିଣ ଫିଲିପାଇନ୍ସରେ ଭୂମିକମ୍ପ, ହସ୍ପିଟାଲରେ ଫାଟ - ମିଣ୍ଡାନାଓର  ରାଜଧାନୀ ଦେବାଓ୍ବ

ଦକ୍ଷିଣ ଫିଲିପାଇନ୍ସରେ 6.6 ତୀବ୍ରତାର ଭୂମିକମ୍ପ । ମିଣ୍ଡାନାଓର ରାଜଧାନୀ ଦେବାଓ୍ବ ସହରରୁ 60 ମାଇଲ ଦୂରରେ ଏହି ଭୂମିକମ୍ପ ଅନୁଭୂତ । ପୂର୍ବରୁ ଅକ୍ଟୋବର 16 ହୋଇଥିଲା ଭୂମିକମ୍ପ ।

ଫାଇଲ ଫଟୋ

By

Published : Oct 29, 2019, 9:58 AM IST

ମନିଲା: ଦକ୍ଷିଣ ଫିଲିପାଇନ୍ସରେ ବଡ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 6.6 ଥିବା ନେଇ ସୂଚନା । ଭୂମିକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ହେବା ନେଇ ଜଣା ପଡିନାହିଁ ।

ମିଣ୍ଡାନାଓର ରାଜଧାନୀ ଦେବାଓ୍ବ ସହରରୁ 60 ମାଇଲ ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ କିଡପାଓ୍ବନର ଏକ ହସ୍ପିଟାଲ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଜଣା ପଡିଛି । ଅନ୍ୟପକ୍ଷରେ ଦେଭାଓ୍ବର ସାରା ଡ୍ୟୁଟରେଟ ମେୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇ ସପ୍ତାହ ମଧ୍ୟରେ ଏହା ଫିଲିପାଇନ୍ସର ଦ୍ବିତୀୟ ଭୂମିକମ୍ପ । ପୂର୍ବରୁ ଅକ୍ଟୋବର 16ରେ 6.3 ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ 5 ଜଣଙ୍କର ଜୀବନ ଯାଇଥିଲା ।

ABOUT THE AUTHOR

...view details