ଓଡିଶା

odisha

ଉତ୍ତର କୋରିଆନ ବିଶ୍ବାସଘାତକଙ୍କ ଘରେ ପୋଲିସ ଚଢାଉ ନିର୍ଦ୍ଦେଶ

By

Published : Jun 26, 2020, 5:17 PM IST

ମୁକ୍ତ ଉତ୍ତର କୋରିଆ ସଂଗ୍ରାମରେ ସାମିଲ କେତେକ ସ୍ବେଚ୍ଛାସେବୀଙ୍କ ନେତୃତ୍ବ ନେଉଛନ୍ତି ପାର୍କ ସାଙ୍ଗ-ହାକ । ଦକ୍ଷିଣ କୋରିଆରେ ରହି ଏହି ଦଳ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ସୀମା ପାର ପଠାଇବା ଆରମ୍ଭ କରିଥିଲା । ତେବେ ଶୁକ୍ରବାର ସିଓଲର ମେଟ୍ରୋପୋଲିଟାନ ପୋଲିସ ଏଜେନ୍ସିର ଏକ ଦଳ ପୂର୍ବ ସିଓଲର ସୋଙ୍ଗପା ୱାର୍ଡସ୍ଥିତ ପାର୍କରେ ଘରେ ଚଢାଉ ଉଦ୍ୟମ କରିଥିଲେ ।

north-south korea clash, police raid in n.korean defector's house, n.korean defectors probe in s.korea, seoul-pyongyang clash, interkorean face off, ଉତ୍ତର-ଦକ୍ଷିଣ କୋରିଆ ବିବାଦ, ଉତ୍ତର କୋରିଆନ ବିଶ୍ବାସଘାତକଙ୍କ ଘରେ ପୋଲିସ ଚଢାଉ, ଦକ୍ଷିଣ କୋରିଆରେ ଉତ୍ତର କୋରିଆନ ବିଶ୍ବାସଘାତଙ୍କ ତଲାସୀ, ସିଓଲ-ପ୍ୟୋଙ୍ଗ୍ୟାଙ୍ଗ ବିବାଦ, ଅନ୍ତଃକୋରିଆନ ବିବାଦ
ଉତ୍ତର କୋରିଆନ ବିଶ୍ବାସଘାତକଙ୍କ ଘରେ ପୋଲିସ ଚଢାଉ ନିର୍ଦ୍ଦେଶ

ସିଓଲ: ଅନ୍ତଃକୋରିଆନ ବିବାଦର ମଞ୍ଜି ବୁଣିଥିବା ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବାଣ୍ଟିବା ପଛରେ ରହିଥିଲେ ଉତ୍ତର କୋରିଆର କିଛି ବିଶ୍ବାସଘାତକ । ସେମାନେ ଉତ୍ତର କୋରିଆ ଛାଡି ଦକ୍ଷିଣ କୋରିଆର ଶରଣ ନେଇଥିବା ବେଳେ ଉଭୟ ଦେଶ ମଧ୍ୟରେ ତିକ୍ତତା ପାଇଁ ପଠାଇଥିଲେ କିଛି ପ୍ୟୋଙ୍ଗ୍ୟୋଙ୍ଗ ବିରୋଧୀ ଲିଫ୍ଲେଟ । ଏହା 2018 ମସିହାରେ ସ୍ବାକ୍ଷରିତ ଚୁକ୍ତି ବିରୋଧୀ ହୋଇଥିବାରୁ ଉତ୍ତ୍ୟକ୍ତ ହୋଇ ଉତ୍ତର କୋରିଆ ହିଂସାତ୍ମକ ଆଚରଣ ଆପଣାଇଥିଲା । ତେବେ ଏପରି କିଛି ଉତ୍ତର କୋରିଆ ବିଶ୍ବାସଘାତକଙ୍କ ଘରେ ଚଢାଉ ପାଇଁ ପୋଲିସ ପଠାଯାଇଥିବା ଜଣା ପଡିଛି ।

ମୁକ୍ତ ଉତ୍ତର କୋରିଆ ସଂଗ୍ରାମରେ ସାମିଲ କେତେକ ସ୍ବେଚ୍ଛାସେବୀଙ୍କ ନେତୃତ୍ବ ନେଉଛନ୍ତି ପାର୍କ ସାଙ୍ଗ-ହାକ । ଦକ୍ଷିଣ କୋରିଆରେ ରହି ଏହି ଦଳ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ସୀମା ପାର ପଠାଇବା ଆରମ୍ଭ କରିଥିଲା । ତେବେ ଶୁକ୍ରବାର ସିଓଲର ମେଟ୍ରୋପୋଲିଟାନ ପୋଲିସ ଏଜେନ୍ସିର ଏକ ଦଳ ପୂର୍ବ ସିଓଲର ସୋଙ୍ଗପା ୱାର୍ଡସ୍ଥିତ ପାର୍କରେ ଘରେ ଚଢାଉ ଉଦ୍ୟମ କରିଥିଲେ । ହେଲେ ପାର୍କ ଏହାକୁ ତୀବ୍ର ବିରୋଧ କରିବାରୁ ପୋଲିସମାନେ ତାଙ୍କ ଘର ବାହାରେ ଷ୍ଟାଣ୍ଡବାଏରେ ରହିଥିଲେ । ସେମାନଙ୍କ କହିବା ଅନୁଯାୟୀ ପାର୍କ ଘରୁ ବାହାରି ଅନୁମତି ଦେଲେ ହିଁ ଘରର ତଲାସୀ ଆରମ୍ଭ ହେବ ।

ସେପଟେ ଏହି ତଲାସୀ ଦ୍ବାରା ପାର୍କଙ୍କ ଘରେ ଅନ୍ତଃକୋରିଆନ ଚୁକ୍ତି ବିରୋଧୀ ଯଦି କୌଣସି ସାମଗ୍ରୀ ହସ୍ତଗତ ହୁଏ ତେବେ ଏହା ବରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଏହି ତଲାସୀର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ଜବତ କରିବା । ଉତ୍ତର କୋରିଆର ଆକ୍ରମଣାତ୍ମକ ଭଙ୍ଗୀ ଯୋଗୁଁ ଦକ୍ଷିଣ କୋରିଆ ଦେଶରେ ହେଉଥିବା ଏପରି କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଥାପି ସରକାରଙ୍କ ନିୟମ ଅବମାନନା କରି ପାର୍କଙ୍କ ସହଯୋଗୀମାନେ ପ୍ରାୟ 5 ଲକ୍ଷ ଲିଫ୍ଲେଟ ଦ୍ବିତୀୟ ପର୍ଯ୍ୟାୟରେ ଉତ୍ତର କୋରିଆ ପଠାଇଥିବା ଜଣା ପଡିଛି ।

ଏଗୁଡିକୁ 20ଟି ହିଲିୟମ ବେଲୁନର ବ୍ୟବହାରରେ ସୋମବାର ବିଳମ୍ବିତ ରାତିରେ ସୀମା ପାର କରାଯାଇଥିବା ଜଣା ପଡିଛି । ସେପଟେ ଏହି ବେଲୁନ ଭିତରୁ ଗୋଟିଏ ସୀମାଠାରୁ 100 କିଲୋମିଟର ଦୂର ପାହାଡ ଦିଗରେ ଚାଲିଯାଇଥିବା ଦେଖାଯାଇଥିଲା । ଏଥିରେ ଉତ୍ତର କୋରିଆ ଶାସକ ଓ ତାଙ୍କ ପରିବାର ବିରୋଧୀ ମନ୍ତବ୍ୟ ଲେଖା ରହିଥିବା ଦେଖାଯାଇଥିଲା । ଯାହା ବର୍ତ୍ତମାନ ଉଭୟ ସିଓଲ ଓ ପ୍ୟୋଙ୍ଗ୍ୟାଙ୍ଗ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି କରୁଥିବା ଅନୁମାନ କରାଯାଉଛି ।

@IANS

ABOUT THE AUTHOR

...view details