ଇସଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ଦ୍ବାରା ହୋଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି କି ବର୍ତ୍ତମାନ କାର୍ଯ୍ୟରତ 426 ପାଇଲଟଙ୍କ ମଧ୍ୟରୁ 150 ଜଣଙ୍କ ଲାଇସେନ୍ସ ସନ୍ଦେହଜନକ । ଏହି ପାଇଲଟଙ୍କ ଲାଇସେନ୍ସଙ୍କ ଖୁବଶୀଘ୍ର ରବ୍ଦ କରାଯିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ପିଆଇଏ ମୁଖପାତ୍ର ଗୁରୁବାର ସୂଚନା ଦେଇଛନ୍ତି ।
ସମାନ ଭାବେ ବୁଧବାର ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ଶରୱାର ଖାନ କହିଥିଲେ କି ଦେଶରେ ବର୍ତ୍ତମାନ କାର୍ଯ୍ୟରତ ମୋଟ 860 ପାଇଲଟଙ୍କ ମଧ୍ୟରୁ 262 ଜଣଙ୍କ ପାଖରେ ଜାଲ ଲାଇସେନ୍ସ ରହିଛି । ଏମାନଙ୍କ ଲାଇସେନ୍ସ ଖୁବଶୀଘ୍ର ରବ୍ଦ କରାଯିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଥିଲେ । ଏନେଇ ଇସଲାମାବାଦ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ କି ସମ୍ପୃକ୍ତ ପାଇଲଟମାନଙ୍କ ଲାଇସେନ୍ସ ସନ୍ଦେହଜନକ । ଆଶ୍ଚର୍ଯ୍ୟର କଥା କି ଏମାନଙ୍କ ମଧ୍ୟରୁ ଅନେକ ପାଇଲଟଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ ନଥାଇ ବି ଏମାନେ ଲାଇସେନ୍ସ ହସ୍ତଗତ କରିଛନ୍ତି ଓ ବିମାନ ଚଳାଚଳ କରୁଛନ୍ତି ।