ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା ଫିଲିପାଇନ୍ସ , ମୃତ୍ୟୁସଂଖ୍ୟା 9 କୁ ବୃଦ୍ଧି

ଫିଲିପାଇନ୍ସ ଭୂକମ୍ପରେ ମୃତ୍ୟୁସଂଖ୍ୟା 9କୁ ବୃଦ୍ଧି ପାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ଥିବା ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି।

By

Published : Apr 23, 2019, 11:25 AM IST

ଫାଇଲ ଫଟୋ

ମାନିଲା: ଭୂକମ୍ପରେ ଥରିଲା ଫିଲିପାଇନ୍ସ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ଥିବା ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି। ତେବେ ଏଥିରେ ମୃତ୍ୟୁସଂଖ୍ୟା 9କୁ ବୃଦ୍ଧି ପାଇଛି । ଭୂକମ୍ପ ଫିଲିପାଇନ୍ସର ଲୁଜୋଲ ଦ୍ବୀପରେ ସକାଳ 9 ଟା ସମୟରେ ହୋଇଥିଲା ।

ଫିଲିପାଇନ୍ସ ଭୋଲକାନୋଲୋଜି ଓ ସେସିସମୋଲୋଜି ସଂସ୍ଥାର କହିବା ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ 12 କିମି ଗଭୀରତା ସହ କେନ୍ଦ୍ରସ୍ଥଳରୁ 18 କିଲୋମିଟର ଦୂରରେ ଉତ୍ତର କାଷ୍ଟିଲେଜସ ସହରରେ ଅନୁଭୂତ ହୋଇଥିବାର କୁହାଯାଉଛି।

ଭୂକମ୍ପ କ୍ଷୟକ୍ଷତିର ସଠିକ ଆକଳନ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ଏହି ଶକ୍ତିଶାଳୀ ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ସେଠାକାର ପ୍ରଶାସନର ସହାୟତାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତରିତ କରାଯାଉଛି ।

ତେବେ ଗତ କିଛିଦିନର ବ୍ୟବଧାନରେ ଦେଶରେ 400 ଉର୍ଦ୍ଧ୍ବ ଭୂକମ୍ପର ଝଟକା ଅନୁଭୂତ ହୋଇସାରିଲାଣି । ଫିଲିପାଇନ୍ସ ଅନେକ ସମୟରେ ଭୂକମ୍ପର ସାମ୍ନା କରିଥାଏ । ଏହା ତଥାକଥିତ ପେସିଫିକ ରିଙ୍ଗ ଓଫିଏଚ୍ ଉପରେ ଅବସ୍ଥିତ। ଏହାସହ ଏଠାରେ ଥିବା ପ୍ଲେଟ ଗୁଡିକ ସର୍ବଦା ପରସ୍ପର ବାଡେଇ ହୋଇଥାନ୍ତି। ଯାହାଫଳରେ ଏଠାରେ ଅନେକ ସମୟରେ ଆଗ୍ନେୟଗିରି ଉଦଗିରିଣ ହେବା ସହ ସୁନାମି ସୃଷ୍ଟି ହୋଇଥାଏ ।

ABOUT THE AUTHOR

...view details