କାବୁଲ: ରକ୍ତମୁଖା ଆତଙ୍କୀ ଚିତ୍କାର । ଘନଘନ ଗୁଳିବର୍ଷା ସାଙ୍ଗକୁ ଚାରିଆଡେ ଗର୍ଜି ଉଠୁଛି ବନ୍ଧୁକ । ରକ୍ତରେ ଭଜୁଛି ଆଫାଗନସ୍ତାନ ମାଟି । ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରିବା ପରେ ଶେଷରେ ରାଜଧାନୀ କାବୁଲ କବଜା କରିଛି ତାଲିବାନ । ଏହାରି ମଧ୍ୟରେ ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ପାଦ ଦେଇପାରିନାହାଁନ୍ତି ତାଲିବାନ ଆତଙ୍କବାଦୀ ।
ଯେତେବେଳେ ସମଗ୍ର ଆଫଗାନିସ୍ତାନ ଆତଙ୍କ ରାଜରେ ଆତଙ୍କିତ ହୋଇସାରିଛି, ସେବେ ଦେଶରେ ଏଭଳି ଗୋଟିଏ ସ୍ଥାନ ଅଛି ଯାହାକୁ ଜିତିବାରେ ସକ୍ଷମ ହୋଇ ନାହିଁ ତାଲିବାନ । ଯେଉଁଠି ପଡିପାରନି ତାଲିବାନର ପାଦ, ଯାହା ଏଯାଏଁ ଆତଙ୍କର କାୟାଠୁ ଦୂରରେ ରହିଛି, ଯେଉଁ ମାଟିର ରଙ୍କ ଏପର୍ଯ୍ୟନ୍ତ ପଡିପାରିନି ରକ୍ତଛିଟା। ଶେଷ ଆଶା ଭାବରେ, ଏପରି ଏକ ରାଜ୍ୟ ଅଛି ଯାହା ଶେଷ ନିଶ୍ବାସ ପର୍ଯ୍ୟନ୍ତ ତାଲିବାନକୁ ସାହସର ସହ ଛିଡା ହୋଇ ତାଲିବାନକୁ ଟକ୍କର ଦେବାକୁ ରହିଛି ପ୍ରସ୍ତୁତ । ଆଉ ଏହି ସ୍ଥାନ ହେଉଥଛି ଆଫଗାନିସ୍ତାନର ପଞ୍ଜଶୀର ।
ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ପଞ୍ଜଶୀର ପ୍ରାନ୍ତ । ଯାହାର ନାମ କରଣ ପଛରେ ରହିଛି ବିଶେଷ ଅର୍ଥ । ଆଉ ଏହି ଅର୍ଥ ହେଉଛି ପାଞ୍ଚଟି ସିଂହ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ହୋଇନାହିଁ କାହାରି କବଜା । ଏହା ଦୀର୍ଘ ଦିନ ଧରି ଏବେ ବି ସ୍ବାଧୀନ ହୋଇରହିଛି ।