ଓଡିଶା

odisha

ETV Bharat / international

ପାକିସ୍ତାନର ସବୁଠୁ ବଡ ଦୁଃଖ ଇମ୍ରାନ ଖାନ : ନଓ୍ବାଜ ସରିଫ - ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ଥାନର ସବୁଠୁ ବଡ ଦୁଃଖ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ପଢନ୍ତୁ ଅଧିକ....

ପାକିସ୍ଥାନରର ସବୁଠୁ ବଡ ଦୁଖଃ ଇମ୍ରାନ : ନଓ୍ବାଜ ସରିଫ
ପାକିସ୍ଥାନରର ସବୁଠୁ ବଡ ଦୁଖଃ ଇମ୍ରାନ : ନଓ୍ବାଜ ସରିଫ

By

Published : Dec 15, 2020, 6:50 AM IST

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଲାହୋରରେ ପିଡିଏମ ବିରୋଧୀ ଦଳର ପାଓ୍ବାର ଶୋ’କୁ ସମ୍ବୋଧିତ କରିଛନ୍ତି । ସେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କଲା ବେଳେ ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନର ସବୁଠୁ ବଡ ଦୁଃଖ ବୋଲି କହିଛନ୍ତି ।

କୋଭିଡ -19 ମହାମାରୀକୁ ନେଇ ଜାରି କରାଯାଇଥିବା କଟକଣା ଯୋଗୁ ପାକିସ୍ତାନରେ କୌଣସି ପ୍ରକାର ସମାବେସ ଉପରେ ନିଷେଧାଦେଶ ଜାରି କରାଯାଇଛି । ତା ସତ୍ତ୍ବେ ଗତକାଲି ( ରବିବାର) ପାକିସ୍ତାନ ଗଣତାନ୍ତ୍ରିକ ଆନ୍ଦୋଳନ ପକ୍ଷରୁ ସହରର ମିନାର-ଆଇ-ପାକିସ୍ତାନରେ ଏହି ସମାବେଶ ଆୟୋଜନ କରିଛି ଟ୍ରିବ୍ୟୁନ୍ । ଏହି କାର୍ଯ୍ୟକ୍ରମକୁ ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ବୋଲି ମଧ୍ୟ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ସେ ଲଂଣ୍ଡନରେ ଥିବା ଯୋଗୁ ଭିସି ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭିସି ମାଧ୍ୟମରେ ସରିଫ ଏହି ରାଲିକୁ ସମ୍ବୋଧିତ କରିବା ସହ ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେ ସିଧା ଟାର୍ଗେଟ କରିଥିଲେ । ସେ ବର୍ତ୍ତମାନର ପାକିସ୍ତାନର ସ୍ଥିତି ବିଷୟରେ କହିବାକୁ ଯାଇ ବର୍ତ୍ତମାନ ଇମ୍ରାନ ହିଁ ଦେଶର ସବୁଠୁ ବଡ ଦୁଃଖ ବୋଲି କହିଛନ୍ତି ।

ଇମ୍ରାନ ଦେଶକୁ ଅଦୃଶ୍ୟ ମୁଦ୍ରାସ୍ଫୀତି ଏବଂ ବେକାରୀକୁ ଠେଲି ଦେଇଛନ୍ତି ବୋଲି କହିଛନ୍ତି ନଓ୍ବାଜ । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଯେ ଇମ୍ରାନଙ୍କ ସମର୍ଥକ ମାନେ ଦେଶରେ ଦେଖାଦେଇଥିବା ଚିନି ଓ ଗହମ ସଂକଟରୁ ଫାଇଦା ଉଠାଇ ଟଙ୍କା ଠକୁଛନ୍ତି । ସେହିପରି ସେ ନିଜ ସମ୍ପର୍କରେ ସୂଚନାଦେଇ ସେ କହିଛନ୍ତି ଯେ, ସେ ଲଂଣ୍ଡନରେ ଚିକିତ୍ସାଧିନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details