ଓଡିଶା

odisha

ETV Bharat / international

ଇମ୍ରାନ ସରକାରଙ୍କୁ ବଡ ଝଟକା, ପୂନର୍ବାର ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ - ଇମ୍ରାନ ସରକାର

ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫଏଟିଏଫ)ରୁ ପାକିସ୍ତାନକୁ ମିଳିଛି ବଡ ଝଟକା । ଏଫଏଟିଏଫ ବୈଠକରେ ପାକିସ୍ତାନକୁ ପୂନର୍ବାର ଗ୍ରେ ଲିଷ୍ଟରେ ରଖିବାକୁ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ଇମ୍ରାନ ସରକାରଙ୍କୁ ବଡ ଝଟକା, ପୂନର୍ବାର ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ
ଇମ୍ରାନ ସରକାରଙ୍କୁ ବଡ ଝଟକା, ପୂନର୍ବାର ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

By

Published : Oct 23, 2020, 8:25 PM IST

Updated : Oct 23, 2020, 9:43 PM IST

ଲାହୋର: ବିଶ୍ବବ୍ୟାପୀ ସମାଲୋଚନାର ସାମ୍ନା ଓ କଡାଚେତାବନୀ ସତ୍ତ୍ବେ ଆତଙ୍କବାକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ । ଏହି ମଧ୍ୟରେ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫଏଟିଏଫ)ରୁ ପାକିସ୍ତାନକୁ ମିଳିଛି ବଡ ଝଟକା । ଏଫଏଟିଏଫ ବୈଠକରେ ପାକିସ୍ତାନକୁ ପୂନର୍ବାର ଗ୍ରେ ଲିଷ୍ଟରେ ରଖିବାକୁ ନିଆଯାଇଛି ନିଷ୍ପତ୍ତି ।

ଏଫଏଟିଏଫର ସମସ୍ତ 27ଟି ମାପଦଣ୍ଡଙ୍କୁ ପାଳନ କରିବାରେ ପାକିସ୍ତାନ ଅସଫଳ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଗ୍ରେ ଲିଷ୍ଟରୁ ବାହାରିବା ପାଇଁ ପ୍ରୟାସ ଜାରି ରଖିଥିଲା ପାକିସ୍ତାନ । ମାତ୍ର ଏଥିରେ ତାକୁ ଅସଫଳତାର ସାମ୍ନା କରିବାକୁ ପଡିଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ନେଇ ପାକିସ୍ତାନ ଉପରେ କ୍ରମାଗତ ଆଭିଯୋଗ ଲାଗିଆସୁଛି ।

ଜୁନ 2018ରେ, ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସ୍ଥାନିତ କରିଥିଲା | ସେହି ସମୟରେ, 2019 ଶେଷ ସୁଦ୍ଧା ଅର୍ଥ ହେରଫେର ତଥା ଆତଙ୍କବାଦ ମାମଲାରେ ଆର୍ଥିକ ସହାୟତା ବନ୍ଦ କରିବାକୁ ପାକିସ୍ତାନକୁ 27 ପଏଣ୍ଟ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମହମାରୀ କୋରୋନାକୁ ଦୃଷ୍ଟିରେ ରଖି ଏହି ସମୟ ଅବଧିକୁ ପୂନର୍ବାର ବୃଦ୍ଧି କରିଥିଲା ଏଫଏଟିଏଫ ।

ପାକିସ୍ତାନ ଏଫଏଟିଏଫ ତାଲିକାରୁ ବାହାରିବା ପାଇଁ ଅଗଷ୍ଟରେ 88ଟି ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ନେତାଙ୍କ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲା। ସେମାନଙ୍କ ମଧ୍ୟରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ-ଉଲ ଦାୱା ମୁଖ୍ୟ ହାଫିଜ ସଇଦ, ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ଏବଂ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସାମିଲ ଅଛନ୍ତି ।

ପାକିସ୍ତାନ ଗ୍ରେ ଲିଷ୍ଟରେ ରହିଲେ ଏହା ବିଶ୍ବ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ୟୁରୋପୀୟ ୟୁନିଅନ ଭଳି ଅନ୍ତରାଷ୍ଟ୍ରୀୟ ଅନୁଷ୍ଠାନଗୁଡିକରୁ ଆର୍ଥିକ ସହାୟତା ପାଇବା ଅଧିକ କଷ୍ଟସାଧ୍ୟ ହେବ।

Last Updated : Oct 23, 2020, 9:43 PM IST

ABOUT THE AUTHOR

...view details