ଓଡିଶା

odisha

ETV Bharat / international

ପଙ୍ଗପାଳରୁ ଜୈବିକ ସାର ପ୍ରସ୍ତୁତ କରିବ ପାକିସ୍ତାନ - ପାକିସ୍ତାନରେ ପଙ୍ଗପାଳ ଉତ୍ପାତ

କୋରୋନା ମହାମାରୀଠାରୁ ଅଧିକ ଭଯଙ୍କର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାରେ ପଙ୍ଗପାଳକୁ ଜୈବିକ ସାର ପ୍ରସ୍ତୁତିରେ ଲଗାଇବ ପାକିସ୍ତାନ । ବିଭିନ୍ନ ସମ୍ପ୍ରଦାୟର ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରିବା ନେଇ ଗୁରୁବାର ଗଣମାଧ୍ୟମରେ ପ୍ରକାଶ କରିଛି ପାକିସ୍ତାନ ।

fertilizer production in pakistan, fertilizer production from locust in pakistan, locusts creating fear of food shortage in pakistan, pakistan latest news, ପାକିସ୍ତାନରେ ଜୈବିକ ସାର ପ୍ରସ୍ତୁତି, ପାକିସ୍ତାନରେ ପଙ୍ଗପାଳରୁ ଜୈବିକ ସାର ପ୍ରସ୍ତୁତି, ପାକିସ୍ତାନରେ ପଙ୍ଗପାଳ ଉତ୍ପାତ, ପାକିସ୍ତାନ ଲାଟେଷ୍ଟ ନ୍ୟୁଜ୍‌
ପଙ୍ଗପାଳରୁ ଜୈବିକ ସାର ପ୍ରସ୍ତୁତ କରିବ ପାକିସ୍ତାନ

By

Published : Jun 25, 2020, 8:21 PM IST

ଇସଲାମାବାଦ: କୋରୋନା ମହାମାରୀଠାରୁ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାରେ ପଙ୍ଗପାଳକୁ ଜୈବିକ ସାର ପ୍ରସ୍ତୁତିରେ ଲଗାଇବ ପାକିସ୍ତାନ । ବିଭିନ୍ନ ସମ୍ପ୍ରଦାୟର ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରିବା ନେଇ ଗୁରୁବାର ଗଣମାଧ୍ୟମରେ ପ୍ରକାଶ କରିଛି ପାକିସ୍ତାନ । ଜାତୀୟ ଖାଦ୍ୟ ସୁରକ୍ଷା ଓ ଅନୁସନ୍ଧାନ ମନ୍ତ୍ରଣାଳୟ ଏନେଇ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣା ପଡିଛି ।

ଏହି ପ୍ରସ୍ତାବ ମୁତାବକ ଫସଲକୁ କ୍ଷଣିକରେ କାଟି ନଷ୍ଟ କରୁଥିବା ପଙ୍ଗପାଳକୁ ଜୈବିକ ସାର ପ୍ରସ୍ତୁତିରେ ବ୍ୟବହାର କରାଯାଇପାରେ । ଏଥିପାଇଁ ପଙ୍ଗପାଳ ସଂଗ୍ରହ ପ୍ରକ୍ରିୟାର ଆବଶ୍ୟକତା ରହିଥିବା ବେଳେ ଏନେଇ ତୃଣମୂଳସ୍ତରରେ ପ୍ରୋତ୍ସାହନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ନେଇ ଯୋଜନା ରହିଥିବା ଜଣା ପଡିଛି । ଏହି ଯୋଜନାରେ ପ୍ରଥମେ ବିଭିନ୍ନ ସମ୍ପ୍ରଦାୟ ଦ୍ବାରା ପଙ୍ଗପାଳ ସଂଗ୍ରହ ହେବ । ଏହି କାର୍ଯ୍ୟକ୍ରମରେ ଅନୁଭବୀ ଗବେଷକମାନେ ମଧ୍ୟ ସାମିଲ ରହିବେ ।

ଏତବ୍‌ ବ୍ୟତୀତ କମ୍ପୋଷ୍ଟ ତିଆରି ପ୍ରକ୍ରିୟାରେ ଭାଗ ନେଇଥିବା ସମ୍ପ୍ରଦାୟ ଓ ଅନୁଭବୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବାର ସୂଚନା ରହିଛି । ତେବେ ପଙ୍ଗପାଳ ସଂଗ୍ରହ ହେବା ପରେ ଏହାସହ କେତେକ ବାୟୋ ୱେଷ୍ଟ ବା ବିଘଟନ ଯୋଗ୍ୟ ବସ୍ତୁକୁ ମିଶାଇ ଏକ କମ୍ପୋଷ୍ଟ ପ୍ରସ୍ତୁତ କରାଯିବ । ଏହି କମ୍ପୋଷ୍ଟ ଶସ୍ୟ ଉତ୍ପାଦନ କ୍ଷମତା 10ରୁ 15 ପ୍ରତିଶତ ବଢାଇବା ସହ ମାଟିର ଉର୍ବରତା ମଧ୍ୟ ବଢାଇବାରେ ସାହାଯ୍ୟ କରିବ ବୋଲି ଆକଳନ କରାଯାଉଛି ।

ସେପଟେ ଏହି ଜୈବିକ ସାରର ବ୍ୟବହାର ଆରମ୍ଭ ହେଲେ ଅନ୍ୟ ରାସାୟନିକ ସାରର ବ୍ୟବହାର ମାତ୍ରାକୁ 25 ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି କୁହାଯାଉଛି । ଦେଶରେ ପଙ୍ଗପାଳଙ୍କ ଉତ୍ପାତ ଯୋଗୁଁ ଖାଦ୍ୟାଭାବ ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏପରି ଉପାୟର ଚିନ୍ତା କରାଯାଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଓ ଅନୁସନ୍ଧାନ ମନ୍ତ୍ରଣାଳୟ ସୂଚନା ଦେଇଛି ।

@IANS

ABOUT THE AUTHOR

...view details