ଇସଲାମାବାଦ: ଗତ କିଛି ଦିନ ମଧ୍ୟରେ ପାକିସ୍ତାନର ଅନେକ ବିରୋଧୀ ଦଳ ସମେତ ବଡ ବଡ ନେତା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଏବେ ପାକିସ୍ତାନ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋରୋନା ଭାଇରସକୁ ଏବେ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ନେତା ।
ଇମ୍ରାନ ଜାଣିଶୁଣି ବିରୋଧୀଙ୍କୁ କୋରୋନା ସଂକ୍ରମିତ କରାଉଛନ୍ତି ! - yousaf raza gillani
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋରୋନା ଭାଇରସକୁ ଏବେ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ନେତା ।
![ଇମ୍ରାନ ଜାଣିଶୁଣି ବିରୋଧୀଙ୍କୁ କୋରୋନା ସଂକ୍ରମିତ କରାଉଛନ୍ତି ! ଇମ୍ରାନ ଖାନ](https://etvbharatimages.akamaized.net/etvbharat/prod-images/768-512-02:20--1506newsroom-1592210974-747.jpg)
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ତଥା ବିରୋଧୀ ଦଳ ମୁସଲିମ ଲିଗ ନୱାଜର ମୁଖ୍ୟ ଶାହାବାଜ ସରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜ ଗିଲାନୀ କୋରୋନାରେ ସଂକ୍ରମିତ ହେବାପରେ ଇମ୍ରାନଙ୍କ ଉପରେ ବର୍ଷିଛନ୍ତି । ସେମାନଙ୍କୁ କିଛି ହେଲେ ଏଥିପାଇଁ ଇମ୍ରାନ ଦାୟୀ ହେବେ ବୋଲି ଉଭୟ ନେତା କହିଛନ୍ତି ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ନେତା ଦେବି କରିଛନ୍ତି ଯେ ସେମାନଙ୍କୁ ରାଷ୍ଟ୍ରୀୟ ଜବାବଦେହୀ ବ୍ୟୁରୋ ନିକଟରେ ଉପସ୍ଥିତ ହେବାକୁ ବାଧ୍ୟ କରାଯାଇଥିଲା । ଏହି ସମୟରେ ଉଭୟ ସଂକ୍ରମିତ ହୋଇଥିଲେ । ଏପରିକି ଏହି ବ୍ୟୁରୋର କେତେକ ଅଧିକାରୀ କୋରୋନାରେ ସଂକ୍ରମିତ ଥିବା ଇମ୍ରାନ ସରକାର ପୂର୍ବରୁ ଜାଣିଥିଲେ ଏବଂ ଜାଣିଶୁଣି ସେ ଏପରି କରିଥିବା ଅଭିଯୋଗ କରିଛନ୍ତି ଉଭୟ ନେତା ।