ଇସଲାମାବାଦ: ବଢୁଛି କୋରୋନା ସଂକ୍ରମଣର ସ୍ଥିତି । ଏମିତିରେ ଧିରେ ଧିରେ କଡାକଡି ହେବା ବଦଳରେ କୋହଳ ହେଉଛି ପାକିସ୍ତାନରେ କଟକଣା । ଆଗକୁ ଇଦ୍କୁ ନଜରରେ ରଖି ଦୋକାନ ବଜାର ଖୋଲୁଥିବା ବେଳେ, ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଏବେ ଦୈନିକ ଖୋଲା ହେଉଛି ଦେଶରେ ସମସ୍ତ ସପିଂ ମଲ ଓ ଅନ୍ୟ ଦୋକାନ । ପାକିସ୍ତାନରେ ଜୀବନ ଅତି ସାଧାରଣ ଦେଖାଯାଉଥିବା ବେଳେ ଏବେ ରେସ୍ତୋରାଁ ଖୋଲିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ ।
ଏନେଇ ଅଲ ପାକିସ୍ତାନ ରେସ୍ତୋରାଁ ଆସୋସିଏସନ ମେ’ 30 ସୁଦ୍ଧା ରେସ୍ତୋରାଁରେ ସ୍ଥିତି ସ୍ବାଭାବିକ ନହେଲେ ବିନା ଅନୁମତିରେ ରେସ୍ତୋରାଁ ଖୋଲିବା ନେଇ ଚେତାବନୀ ଦେଇଛନ୍ତି । ଶୁକ୍ରବାର ଆସୋସିଏସନର ମିଳିତ କାର୍ଯ୍ୟକାରୀ ପରିଷଦ (ଜେଏସି) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଜୁନ 1ରୁ ଦେଶରେ ବନ୍ଦ ପଡିଥିବା ସମସ୍ତ 1ଲକ୍ଷ ରେସ୍ତୋରାଁରେ ସ୍ଥିତି ସ୍ବାଭାବିକ ହେବ । ଜେଏସି କହିଛି କି ଲକଡାଉନ ପାଇଁ 5 ମିଲିୟନ କର୍ମଚାରୀ, ଦୋକାନୀ ଓ ସମ୍ବନ୍ଧୀୟ ହିତାଧିକାରୀ ବେରୋଜଗାର ହୋଇ ପଡିଛନ୍ତି । ତେଣୁ ଯଥାଶୀଘ୍ର କାର୍ଯ୍ୟକୁ ସ୍ବାଭାବିକ କରିବାକୁ ହେବ ।