ଓଡିଶା

odisha

ETV Bharat / international

ପାକିସ୍ତାନରେ 52 ହଜାର ପାର ଆକ୍ରାନ୍ତ, ସିନ୍ଧରେ ଟପିଲା 20 ହଜାର

ପାକିସ୍ତାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 437 ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ସିନ୍ଧରେ ସର୍ବାଧିକ ପଜିଟିଭ ବାହାରିଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନରେ 52 ହଜାର ପାର ଆକ୍ରାନ୍ତ, ସିନ୍ଧରେ ଟପିଲା 20 ହଜାର
ପାକିସ୍ତାନରେ 52 ହଜାର ପାର ଆକ୍ରାନ୍ତ, ସିନ୍ଧରେ ଟପିଲା 20 ହଜାର

By

Published : May 23, 2020, 5:36 PM IST

ଇସଲାମବାଦ: ପାକିସ୍ତାନରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ଅପେକ୍ଷା କମ ରହିଛି । ତଥାପି 1000 ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ ଏଠାରେ ମୋଟ 1743ଟି କେସ ବାହାରିଛି ।

ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 437 ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ସିନ୍ଧରେ ସର୍ବାଧିକ ପଜିଟିଭ ବାହାରିଛନ୍ତି । ଏଠାରେ ମୋଟ କୋଭିଡ 19 ପଜିଟିଭ 20 ହଜାର 883 ରହିଛି । ଏହାପରେ ପଞ୍ଜାବରେ 18 ହଜାର 730 କେସ ରହିଛି । ସେହିପରି ଖାଏବର ପଖଟୁୱାରେ 7391, ବାଲୋଚିସ୍ତାନରେ 3198, ଇସଲାମାବାଦରେ 1457, ଗିଲଗିଟ ବାଲଟିସ୍ତାନରେ 607 ଏବଂ ପିଓକେର 171 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏବେ ଯାଏଁ 16 ହଜାର 653 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ମୃତ୍ୟୁସଂଖ୍ୟା 1101 ରହିଛି । ଗତ 24 ଘଣ୍ଟାରେ 34 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ପାକିସ୍ତାନରେ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ନିକଟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଖରାପ ପିପିଇ କିଟ୍ସ ଦିଆଯାଉଥିବା ଖବର ସାମନାକୁ ଆସିଥିଲା ।

ABOUT THE AUTHOR

...view details