ଓଡିଶା

odisha

ETV Bharat / international

ପାକିସ୍ତାନରେ ସାଙ୍ଘାତିକ ପରିସ୍ଥିତି: 24 ଘଣ୍ଟାରେ 4000 ପାଖାପାଖି ଆକ୍ରାନ୍ତ

ପାକିସ୍ତାନରେ କୋରୋନା ଯୋଗୁଁ ଅଧିକାଂଶ ସହର ଗଭୀର ଭାବେ ପ୍ରଭାବିତ ହୋଇଛି । କେବଳ ଲାହୋରରେ ପ୍ରାୟ 6 ଲକ୍ଷ 70 ହଜାର ଲୋକ ଏହି କୋଭିଡ-19 ମହାମାରୀ ଦ୍ବାରା ପ୍ରଭାବିତ ହେବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ସାଙ୍ଘାତିକ ପରିସ୍ଥିତି: 24 ଘଣ୍ଟାରେ 4000 ପାଖାପାଖି ଆକ୍ରାନ୍ତ
ପାକିସ୍ତାନରେ ସାଙ୍ଘାତିକ ପରିସ୍ଥିତି: 24 ଘଣ୍ଟାରେ 4000 ପାଖାପାଖି ଆକ୍ରାନ୍ତ

By

Published : Jun 2, 2020, 7:10 PM IST

ଇସଲାମାବାଦ: ପାକିସ୍ତାନରେ ଗମ୍ଭୀର ରୂପ ନେଇଛି କୋରୋନା ସ୍ଥିତି । ଗତ 24 ଘଣ୍ଟାରେ ପ୍ରାୟ 4000 ପାଖାପାଖି କୋରୋନା ଆକ୍ରାନ୍ତ ବାହାରିଛନ୍ତି । ଦେଶରେ ଗତ 2 ମାସ ମଧ୍ୟରେ ପ୍ରଥମ ଥର ଏପରି ସ୍ଥିତି ଦେଖାଦେଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ମଙ୍ଗଳବାର 3938ଟି ମାମଲା ସ୍ପଷ୍ଟ ହୋଇଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 80 ହଜାର ଅଭିମୁଖେ ଆଗେଇଛି । ଏବେ ବି 2000 ଉପରେ ମାମଲାର ପରୀକ୍ଷା ଚାଲିଛି । ଯାହା ରାତି ସୁଦ୍ଧା ଆସିଯିବାର ସମ୍ଭାବନା ରହିଛି । ଯଦି ଏହି ସମସ୍ତ ରିପୋର୍ଟ ପଜିଟିଭ ହୁଏ ତେବେ ଆକ୍ରାନ୍ତ ସଂଖ୍ୟା ଗୋଟିଏ ଦିନରେ 5000 ଉପରେ ରହିପାରେ ବୋଲି ଆଶଙ୍କା କରାଯାଉଛି । ଗତ 24 ଘଣ୍ଟାରେ 78ଟି ମୃତ୍ୟୁ ହୋଇଛି । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା 1621 ଥିବା ସୂଚନା ରହିଛି ।

ପାକିସ୍ତାନରେ ସାଙ୍ଘାତିକ ପରିସ୍ଥିତି: 24 ଘଣ୍ଟାରେ 4000 ପାଖାପାଖି ଆକ୍ରାନ୍ତ

ଏବେଯାଏଁ ଦେଶରେ 76 ହଜାର 398 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି ମୋଟ୍ 27 ହଜାର 110 ଲୋକ ସୁସ୍ଥ ହୋଇଛନ୍ତି । ସିନ୍ଧରେ ସର୍ବାଧିକ 29 ହଜାର 647 ଏବଂ ପଞ୍ଜାବରେ ଦ୍ବିତୀୟ ସର୍ବାଧିକ 27 ହଜାର 850 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସ୍ବାସ୍ଥ୍ୟ ଅଧିକାରୀ ଏପର୍ଯ୍ୟନ୍ତ ମୋଟ୍ 5 ଲକ୍ଷ 77 ହଜାର 974 ସାମ୍ପଲ ଟେଷ୍ଟ କରିସାରିଛନ୍ତି । ଗତ 24 ଘଣ୍ଟାରେ 16 ହଜାର 548 ନମୁନା ପରୀକ୍ଷା ହୋଇଛି । ଗୋଟିଏ ଦିନରେ 10 ହଜାରେ ଉପରେ ଟେଷ୍ଟ କରିବା ନେଇ ପାକ୍ ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ଯାହା ଏବେ ପୂରଣ ହୋଇଛି । ତେବେ ଆଗାମୀ ଦିନରେ ଏହି ସଂଖ୍ୟା 30 ହଜାର ପାର କରିବାକୁ ଲକ୍ଷ୍ୟ ରହିଛି ବୋଲି ପାକ୍ ସରକାର ସୂଚନା ଦେଇଛନ୍ତି ।

ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ ଲୋକମାନେ କୋରୋନା ସହ ଚଳିବା ଶିଖିଯାଆନ୍ତୁ । ବର୍ତ୍ତମାନ ପରିସ୍ଥିତି ଏପରି ଯେ ଭ୍ୟାକସିନ୍ ନ ବାହାରିବା ପର୍ଯ୍ୟନ୍ତ କୌଣସି ଉପାୟରେ ଏହାକୁ ଭଲ କରିହେବ ନାହିଁ । ସେଥିପାଇଁ ଏହି ମହାମାରୀ ସହ ଚଳିବାକୁ ପଡିବ । ସରକାର ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରିବା ପାଇଁ 1 ମିଲିୟନ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବେ ବୋଲି ଇମ୍ରାନ ଖାନ କହିଛନ୍ତି । ତେବେ ପାକିସ୍ତାନରେ କୋରୋନା ଯୋଗୁଁ ଅଧିକାଂଶ ସହର ଗଭୀର ଭାବେ ପ୍ରଭାବିତ ହୋଇଛି । ଆଗାମୀ ଦିନରେ ଏଠାରେ ଗୁରୁତର ରୂପ ନେବ କୋରୋନା । ନିକଟରେ ଏକ ରିପୋର୍ଟ ଅନୁସାରେ କେବଳ ଲାହୋରରେ ପ୍ରାୟ 6 ଲକ୍ଷ 70 ହଜାର ଲୋକ ଏହି କୋଭିଡ-19 ମହାମାରୀ ଦ୍ବାରା ପ୍ରଭାବିତ ହେବାକୁ ଯାଉଥିବା ଜଣାପଡିଛି ।

ABOUT THE AUTHOR

...view details